ଇଡିକୁ ହାଜିରା ପୂର୍ବରୁ ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ: ‘ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ’
ଭୁବନେଶ୍ୱର: ଇଡି ସାମ୍ନାରେ ସବୁ ସତ ଖୋଲି ପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବଡବଡିଆଙ୍କ ମୁଖା ଖୋଲି ଦେଇ ପାରନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ସୂଚନା ଦେଇ ଯାଇଛନ୍ତି ଅର୍ଚ୍ଚନା । ଆଜି ଇଡି ସାମ୍ନାକୁ ଯିବା ପୂର୍ବରୁ ଅର୍ଚ୍ଚନାଙ୍କୁ ଡାକ୍ତର ଚେକଅପ ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଗଣମାଧ୍ୟମ ସାମ୍ନାରେ ଯେଉଁ ବୟାନ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ସବୁ ସତ ଓଗାଳିବା ପାଇଁ ମାନସିକ ଭାବେ ଅର୍ଚ୍ଚନା ପ୍ରସ୍ତୁତ ଅଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ସେ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଲେ ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ମୋତେ ସମୟ ଦରକାର । ସେ ଏଥିପାଇଁ ୩୦ ମିନିଟ୍ ସମୟ ମାଗିଥିଲେ । ସେ ଅଭିଯୋଗ ବି କରିଥିଲେ ମୋତେ ଫସାଇ ଦେଇଛନ୍ତି । ମୋର ମୁହଁ ବନ୍ଦ କରି ଗିରଫ କଲେ । ମୁଁ କ’ଣ ଆତଙ୍କବାଦୀ କି ବୋଲି ସେ ପ୍ରଶ୍ନ କରିବା ସହ ସମୟ ଆସିଲେ ସବୁ ତଥ୍ୟ ପ୍ରମାଣ ସହ ସବୁ ଦେବେ ବୋଲି କହିଲେ । ବିନା ତଥ୍ୟ ପ୍ରମାଣରେ ତାଙ୍କୁ କଳଙ୍କିତ କରାଯାଉଛି ବୋଲି ସେ କହିବା ସହ କାହାକୁ ଛାଡ଼ିବେନି ବୋଲି ଅର୍ଚ୍ଚନା ନାଗ ଚେତାବନୀ ଦେଇଛନ୍ତି।
ବାରମ୍ବାର ଧମକ ଦେଇ ଅର୍ଚ୍ଚନା କହୁଥିଲେ, ସବୁ ତଥ୍ୟ ଖୋଲିବ । ମୁଁ ସବୁ କହବି । କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଲେ ଅର୍ଚ୍ଚନା ନାଗ। ସେ ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ।
ନିଜ ପୁଅର ନାଁ ନେଇ ଇମୋଶନାଲ କଥା କହିଥିଲେ । ସେ କହିଥିଲେ, ମୋତେ ଏମିତି ମିଛରେ ଫସାଯାଇଛି । ମୋ ୫ ବର୍ଷର ଛୁଆର ଲୁହ ପଡ଼ିବ। ମୁଁ ସମୟକୁ ଅପେକ୍ଷା କରିଛି, ଇଡି ତଦନ୍ତ କରୁ। ସେ ଇଡିକୁ ଅପେକ୍ଷା କରିଥିଲେ ଏବଂ ମୁହଁ ଖୋଲିବା ସୁଯୋଗକୁ ଅପେକ୍ଷା କରିଥିବା କହିଥିଲେ ।