ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବ ଫ୍ରାନ୍ସ-ଇଂଲଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆର୍ଜେଣ୍ଟିନା-ନେଦରଲାଣ୍ଡ ଓ ଫ୍ରାନ୍ସ-ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବ । ପ୍ରି-କ୍ୱାର୍ଟରରେ ଫ୍ରାନ୍ସ ୩-୧ ଗୋଲରେ ପୋଲାଣ୍ଡକୁ ଓ ଇଂଲଣ୍ଡ ୩-୦ରେ ସେନେଗାଲକୁ ପରାସ୍ତ କରିଥିଲା । ଫ୍ରାନ୍ସ ପକ୍ଷରୁ ଓଲିଭର ଗିରୋଡ ୪୪ତମ ଏବଂ କାୟଲିନ ଏମବାପ୍ପେ ୭୪ତମ ଓ ୯୧ତମ ମିନିଟରେ ଗୋଲ ସ୍କୋର କରିଥିଲେ । ପୋଲାଣ୍ଡ ତରଫରୁ ରବର୍ଟ ଲେୱାନଡୋସ୍କି ଏକମାତ୍ର ଗୋଲଟି ଦେଇଥିଲେ । ସେହିପରି ସେନଗାଲ ବିପକ୍ଷରେ ଇଂଲଣ୍ଡର ଜୋର୍ଡାନ ହେଣ୍ଡରସନ ୩୯ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ । ଏହା ପରେ ୪୮ତମ ମିନିଟରେ ହ୍ୟାରିଶ କାନେ ଓ ବୁକାୟୋ ସାକା ୫୭ତମ ମିନିଟରେ ଗୋଲ ଦେଇଥିଲେ ।

୧୯୬୬ପରଠାରୁ ଇଂଲଣ୍ଡ ଆଉ ବିଶ୍ୱକପ ଜିତିପାରି ନାହିଁ । ଏଥର ସେ ଏହି ସୁଯୋଗକୁ ହାତଛଡା କରିବା ପାଇଁ ଚାହିଁବନି । ଚଳିତ ବିଶ୍ୱକପରେ ଇଂଲଣ୍ଡ ଏ ପର୍ଯ୍ୟନ୍ତ ୧୨ଟି ଗୋଲ ସ୍କୋର କରି ସାରିଲାଣି । ୨୦୧୮ରେ ଇଂଲଣ୍ଡ ସେମିଫାଇନାଲରୁ ବିଦାୟ ନେଇଥିଲା । ଅପରପକ୍ଷରେ ୨୦୧୮ ଚାମ୍ପିୟନ ଫ୍ରାନ୍ସ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛି ।

Related Articles

Back to top button