ଏଣିକି ଇ-ଭିସା ପାଇଁ ଆବେଦନ କରିପାରିବେ ବ୍ରିଟିଶ ନାଗରିକ

ନୂଆଦିଲ୍ଲୀ: ବ୍ରିଟିଶ ନାଗରିକଙ୍କ ପାଇଁ ଆସିଲା ପୁଣି ଇ-ଭିସା ବ୍ୟବସ୍ଥା  । ଏଣିକି ଆବେଦନ କରିପାରିବେ ବ୍ରିଟେନ ନାଗରିକ । ଏହି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର ।

କରୋନା ହେବା ପରଠୁ ଇ-ଭିସା ବ୍ୟବସ୍ଥା କାର୍ଯ୍ୟକାରୀ ହେଉନଥିବା ବେଳେ ଏହି ବର୍ଷ ଆରମ୍ଭରୁ କେବଳ ୟୁକେ ଓ କାନାଡ଼ା ଭଳି କେତେକ ହାତ ଗଣତି ଦେଶକୁ ଛାଡ଼ିଦେଲେ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ତେବେ ବର୍ତ୍ତମାନ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା କାର୍ଯ୍ୟକାରୀ ହେବା ଅତି ଖୁସିର ବିଷୟ ବୋଲି କହିଛନ୍ତି ଭାରତୀୟ ହାଇକମିଶନର । ଏନେଇ ଶୀତ ଋତୁ ପୂର୍ବରୁ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ନୀତି କାର୍ଯ୍ୟକାରୀ ହେବା ପରେ ଏହାକୁ ସ୍ୱାଗତ କରିଛନ୍ତି ଦେଶର ବିଭିନ୍ନ ଟ୍ରାଭେଲ ଓ ଟୁରିଜିମ୍ ସଂସ୍ଥା।

Related Articles

Back to top button