ହକି ବିଶ୍ୱକପ ପାଇଁ ନୂଆ ନିୟମ: ରାସ୍ତାକଡ଼ ମାଂସ ଦୋକାନ ପାଇଁ କଟକଣା
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆୟୋଜିତ ହେବ । ଏହାକୁ ଦୃଷ୍ଟିରେ ରଖି ସହରକୁ ସରସ ସୁନ୍ଦର ସହିତ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଏହି ପ୍ରକାରେ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଅଞ୍ଚଳ ସହିତ ରାଜଧାନୀର ଅନ୍ୟ ଅଞ୍ଚଳଗୁଡ଼ିରେ ସାଜସଜ୍ଜା ଆରମ୍ଭ ହୋଇଛି ।
ନିକଟରେ ଏନେଇ ବିଭିନ୍ନ ମାଂସ ବ୍ୟବସାୟୀ ଓ ବିଏମସି ମେୟର ସୁଲୋଚନା ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହକି ବିଶ୍ୱକପ ପାଇଁ ସମସ୍ତେ ସହଯୋଗ କରିବାକୁ ମେୟର କହିଥିଲେ । ଜାତୀୟ ରାଜପଥ କଡ଼ରୁ ସମସ୍ତ ମାଂସ ଦୋକାନ ହଟାଇାବାକୁ ନିଷ୍ପତ୍ତି ହୋଇଛି । ବିଏମସି ଅଞ୍ଚଳରେ ନୂଆ ମାଂସ ଦୋକାନ ଖୋଲିଲେ ଭୁବନେଶ୍ୱର ଆମିଷ ବ୍ୟବସାୟୀ ମହାସଂଘ ବିଏମସିକୁ ଅବଗତ କରାଇବ ବୋଲି କୁହାଯାଇଛି ।