ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ

ଦୋହା: ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ଆଉ ୨ଟି ପର୍ଯ୍ୟାୟ ପରେ କିଏ ହେବ ଚାମ୍ପିୟନ ତାହା ସ୍ପଷ୍ଟ ହେବ । ପ୍ରି-କ୍ୱାର୍ଟରରେ ସ୍ପେନକୁ ହରାଇ ମରକ୍କୋ ଆଉ ଏକ ନାଟକୀୟ ଫଳାଫଳ ପ୍ରଦାନ କରିଛି । ନେଦରଲାଣ୍ଡ ୩-୧ରେ ଆମେରିକାକୁ, ଆର୍ଜେଂଟିନା ୨-୧ରେ ଅଷ୍ଟ୍ରେଲିଆକୁ, ଫ୍ରାନ୍ସ ୩-୧ରେ ପୋଲାଣ୍ଡକୁ, ଇଂଲଣ୍ଡ ୩-୦ରେ ସେନଗଲକୁ, କ୍ରୋଏସିଆ ୩-୧ରେ ଜାପାନକୁ, ବ୍ରାଜିଲ ୪-୧ରେ ଦକ୍ଷିଣ କୋରିଆକୁ, ପର୍ତୁଗାଲ ୬-୧ରେ ସୁଇଜରଲାଣ୍ଡକୁ ଓ ସ୍ପେନକୁ ମରକ୍କୋ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରି କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ଡିସେମ୍ବର ୯ରେ କ୍ରୋଏସିଆ-ବ୍ରାଜିଲ, ଡିସେମ୍ବର ୧୦ରେ ନେଦରଲାଣ୍ଡ-ଆର୍ଜେଂଟିନା ଓ ପର୍ତୁଗାଲ-ମରକ୍କୋ ମଧ୍ୟରେ ମ୍ୟାଚ ଖେଳାଯିବ । ଡିସେମ୍ବର ୧୧ରେ ଇଂଲଣ୍ଡ-ଫ୍ରାନ୍ସ ପରସ୍ପରକୁ ଭେଟିବେ । ଏହା ପରେ ଡିସେମ୍ବର ୧୪ ଓ ୧୫ରେ ସେମିଫାଇନାଲ ଏବଂ ୧୮ରେ ଫାଇନାଲ ମ୍ୟାଚ ଖେଳାଯିବ ।

Related Articles

Back to top button