ଶ୍ରୀମନ୍ଦିର ସେବାୟତ ମାନଙ୍କ ଉପରେ ପ୍ରତିବନ୍ଧକ, ଭିତରକୁ ସ୍ମାର୍ଟ ଫୋନ ମନା

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକରେ ଆସନ୍ତା ୧୬ ତାରିଖରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ନୀତି କାନ୍ତି ବିଷୟରେ ଆଲୋଚନା ହେବା ସହ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ମନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିର ଭିତରକୁ ପୂର୍ବରୁ ଶ୍ରଦ୍ଧାଳୁ ମାନଙ୍କୁ ଫୋନ ବାରଣ ଥିବା ବେଳେ ପ୍ରାଧୀକୃତ ଅଧିକାରୀ  ସେବାୟତ ମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନଥିଲା । କିନ୍ତୁ ଏବେ ଏହା ଉପରେ ରୋକ ଲଗାଯାଇଛି ।ଫଳରେ କେବଳ କି-ପ୍ୟାଡ ଫୋନ ଭିତରକୁ ନେଇ ପାରିବେ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି । ନୀତି ସମ୍ପର୍କରେ ସୂଚନା ପାଇଁ କେବଳ କମାଣ୍ଡ ଫୋନକୁ ଅନୁମତି ମିଳିଛି ।

Related Articles

Back to top button