ଡ଼ିସେମ୍ବର ୧୬ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରସ୍ଥାନମ୍, ପ୍ରଥମଥର ପାଇଁ ଅମ୍ଲାନ ଓ ଶ୍ରଦ୍ଧାଙ୍କ ଯୋଡି

ଭୁବନେଶ୍ୱର: ରେନ୍ ଡ୍ରପ୍ ପିକ୍ଚରର୍ସ ଓ କ୍ରିଏଟିଭ୍ ଫିଲ୍ମସ୍ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର “ପ୍ରସ୍ଥାନମ୍” ଶୁଭ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଥମଥର ପାଇଁ ଅମ୍ଲାନ ଓ ଶ୍ରଦ୍ଧାଙ୍କ ଯୋଡି ଓଡ଼ିଆ ଦର୍ଶକ ଦେଖିବାର ସୁଯୋଗ ପାଇବେ । କଲେଜ ଇଲେକ୍ସନରେ ଘଟୁଥିବା କିଛି ନିଚ୍ଛକ ସତ୍ୟ ଘଟଣାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ରେନଡ୍ରପ ପିକ୍ଚର ଓ ଏସଏସ କ୍ରିଏଟିଭ ଫିଲ୍ମ ମିଳିତ ସହଯୋଗରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ସମ୍ପୂର୍ଣ୍ଣ ନିଆରା ଭୂମିକାରେ ଅଭିନେତା ପାର୍ଥସାରଥୀ ଅଭିନୟ କରିଛନ୍ତି । ୟଙ୍ଗ ସେନ୍ସେସନ୍ ତଥା ବହୁ ମ୍ୟୁଜିକ ଭିଡ଼ିଓ ର ନିର୍ଦ୍ଦେଶକ ରାଜା ଡି ଚଳଚ୍ଚିତ୍ର “ପ୍ରସ୍ଥାନମ୍” ର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆସାଦ ନିଜାମ । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରିଙ୍କୁ ରିନୁ ଜେନା ଏବଂ ଦେବେଶ ଚନ୍ଦ୍ର ଦାଶ । ଏହାର ସହ ପ୍ରଯୋଜନା ସୁଶୀଲ ବାରିକ କରିଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜନା ଭାର ଦୀପକ କୁମାର ଜେନା ନେଇଛନ୍ତି । ଅଭିନୟରେ ସ୍ବର୍ଗତ ମିହିର ଦାସ, ମନୋଜ ମିଶ୍ର, ବଣ୍ଟି, ଉଷାସୀ ମିଶ୍ର, ଅମୀର ଏବଂ ରାଜସ୍ମିତା କର । ଚିତ୍ରତ୍ତୋଳନର ଭାର ଅକ୍ଷୟ କୁମାର ନାୟକ ନେଇଥିବା ବେଳେ ସମ୍ପାଦନା ଦାୟିତ୍ୱ ରଞ୍ଜନ ଖଟେଇ ନେଇଛନ୍ତି l ପ୍ରଚାର ପ୍ରସାର ଦାୟୀତ୍ୱରେ ଅଛନ୍ତି ପ୍ରଣୟ ଜେଠୀ । ଚଳଚ୍ଚିତ୍ରଟି ଏବର୍ଷର ନିଶ୍ଚୟ ଅନେକ ପ୍ରଶଂସା ସାଉଁଟିବା ସହିତ ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ପ୍ରକାଶ କରାଯାଇଛି ।

Related Articles

Back to top button