୯ ତାରିଖ ମଧ୍ୟରାତ୍ରିରେ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ମାଣ୍ଡସ – ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ମାଣ୍ଡସ । ଏହି ବାତ୍ୟା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୧ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ୯ ତାରିଖ ମଧ୍ୟରାତ୍ରି ସମୟରେ ସାମୁଦ୍ରିକ ବାତ୍ୟା ମାଣ୍ଡସ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି(Cyclone Mandous Update) । ଏହି ସମୟରେ ପବନର ବେଗ ୬୫ରୁ ୭୫ କିମି ତଥା ସର୍ବାଧିକ ୮୫ କିମି ଯାଏଁ ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଦକ୍ଷିଣ ପଶ୍ଚିମ ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ତୀବ୍ର ଅବପାତ ଆହୁରି ତୀବ୍ର ହୋଇ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଥିଲା । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ପାଇଁ ୟେଲୋ ଆଲର୍ଟ ଜାରି କରଯାଇଛି । ତେବେ ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Related Articles

Back to top button