ରେପୋ ରେଟ୍ 0.35% ବୃଦ୍ଧି, ମହଙ୍ଗା ହେବ EMI

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ରେ ବୃଦ୍ଧି କରିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନୂଆ ନୀତି ଘୋଷଣା କରିଛନ୍ତି । ଆରବିଆଇ ରେପୋ ରେଟ୍ ରେ 0.35% ବୃଦ୍ଧି ଘୋଷଣା କରିଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରେପୋ ରେଟ୍ 0.35% ବୃଦ୍ଧି କରାଯାଇଛି । ଏହା ପରେ ରେପୋ ରେଟ୍ 6.25% ରେ ପହଞ୍ଚିଛି । ଚଳିତ ବର୍ଷ ସୁଧ ହାରରେ ଏହା ହେଉଛି ପଞ୍ଚମ ବୃଦ୍ଧି । ରେପୋ ରେଟ୍ ବୃଦ୍ଧି ହେତୁ ଘର ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣର EMI ଉପରେ ମଧ୍ୟ ପ୍ରଭାବ ପକାଇବ । ମୁଦ୍ରା ନୀତି କମିଟିର ବୈଠକ ଶେଷ ହେବା ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି ।

Related Articles

Back to top button