ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ରେଞ୍ଜରଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ରେଞ୍ଜର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ଟିଟିଲାଗଡ ଜଙ୍ଗଲ ବିଭାଗର ରେଞ୍ଜର ଶିବପ୍ରସାଦ ନାଏକଙ୍କ ବାସଭବନରେ ଗୁରୁବାର ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ଟିମ୍‌ ଚାରୋଟି ଜାଗାରେ ଚଢ଼ାଉ ଜାରି ରଖିଛନ୍ତି । ଟିଟିଲାଗଡ଼ ସରକାରୀ ବାସଭବନ, ଅଫିସ,ବଲାଙ୍ଗିର ସହର ସରସ୍ବତୀ ନଗରଠାରେ ଥିବା ବାସଭବନ ଏବଂ ଲୋଇସିଂହା ଥାନା ପାନେସରା ଗାଁରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଉଛି । ବଲାଙ୍ଗିର ବାସଭବନରେ ରେଞ୍ଜର ଶିବପ୍ରସାଦ ଉପସ୍ଥିତ ଅଛନ୍ତି । ସେଠାରୁ କିଛି ନଗଦ ଟଙ୍କା ବାହାରିଥିବା ଜଣାପଡିଛି । ଭିଜିଲାନ୍ସ ବିଭାଗ ରେଞ୍ଜରଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି, ଗାଡି ମୋଟର, ବ୍ୟାଙ୍କ ବାଲାନ୍ସ, ଜାଗାବାଡିର ତନ୍ନ ତନ୍ନ କରି ଯାଞ୍ଚ କରିବା ସହିତ ତାର ମୂଲ୍ୟ ଆକଳନ କରୁଛି ।

Related Articles

Back to top button