ପଦ୍ମପୁର ଉପନିର୍ବାଚନରେ ବାଜି ମାରିଲା ବିଜେଡି, ୪୨,୦୬୫ ଭୋଟରେ ଜିତିଲେ ବର୍ଷା ସିଂହ ବରିହା

ପଦ୍ମପୁର:  ପଦ୍ମପୁର ଉପନିର୍ବାଚନରେ ବାଜି ମାରିଲା ବିଜେଡି ।  ୪୨,୦୬୫ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହା । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇ ପିନ୍ଧିଛନ୍ତି ବିଜୟିନୀ ମୁକୁଟ ।

ଶେଷ  ରାଉଣ୍ଡ ଗଣତି ପରେ  ବିଜେଡି ପ୍ରାର୍ଥିନୀ ବର୍ଷା  ସିଂହ ବରିହା  ୧୨୦୬୭୨ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୮,୦୩୪ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପାଇଛନ୍ତି  ୩୫୮୧ ଭୋଟ   ।

ଏପଟେ ପରାଜୟକୁ ସ୍ୱୀକାର କରି ନେଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । କହିଲେ ଭାବନଠାରୁ ଅଧିକ ହୋଇଗଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ଭୁଲିଗଲେ ଭୋଟର । ତେଣୁ ବଦଳିଗଲା ଜନାଦେଶ । ଯାହା ବି ହେଉ, ମୁଖ୍ୟମନ୍ତ୍ରୀ ଦେଇଥିବା ତାଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ସେ ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷେ ଜନଦେଶକୁ ଦେଖିବା ପରେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ପଦ୍ମପୁରବାସୀ ଉଚିତ ଜବାବ ଦେଇଛନ୍ତି ବୋଲି ସେ କହିଛନ୍ତି । ବିରୋଧୀଙ୍କ ବିଦେଶିନୀ ଆକ୍ଷେପ ହେଉ, ଜାତିଗତ ଆକ୍ଷେପ ହେଉ ସବୁର ଜବାବ ପଦ୍ମପୁରବାସୀ ଦେଇଛନ୍ତି ବୋଲି ସେ କହିଛନ୍ତି । ଏପରିକି ବାପାଙ୍କ ସ୍ୱପ୍ନ ପୂରଣ ହେଲା ବୋଲି କହି ସେ କାନ୍ଦି ପକାଇଥିଲେ ।

Related Articles

Back to top button