ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଲୁଟୁଥିଲେ ୟୁଟ୍ୟୁବର ନାମ୍ରା, ୮୦ ଲକ୍ଷ ଲୁଟି ଗିରଫ

ନୂଆଦିଲ୍ଲୀ : ବ୍ୟବସାୟୀ ମାନଙ୍କୁ ହନିଟ୍ରାପରେ ଫସାଇ ଲୁଟୁଥିଲେ ୟୁଟ୍ୟୁବର। ଦୁଷ୍କର୍ମ କେସରେ ଫସାଇବା ଧମକ ଦେଇ ବ୍ୟବସାୟୀଙ୍କ ଠାରୁ ଲୁଟୁଥିଲେ ଟଙ୍କା । ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମରା କାଦିର । ଏହି ଘଟଣା ଗୁରୁଗ୍ରାମରେ ଘଟିଛି  ।

ସୂଚନା ଅନୁଯାୟୀ, ନାରା ତାଙ୍କ ସ୍ୱାମୀ ବିରାଟ ବୋନିଓ୍ୱାଲଙ୍କ ସହ ମିଶି ଗୁରୁଗ୍ରାମର ଜଣେ ବ୍ୟବସାୟୀଙ୍କୁ ଫସାଇଛନ୍ତି । ଗୁରୁଗ୍ରାମ ପୋଲିସ ୟୁ-ଟ୍ୟୁବର ନାମ୍ରାଙ୍କୁ ଗିରଫ କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ନାମ୍ରା ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଏକ ସନ୍ତାନ ରହିଛି ବୋଲି ଜଣାପଡ଼ିଛି ।

ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି ଯେ, ସେ ନାମ୍ରାଙ୍କୁ ପୂର୍ବରୁ ଜାଣିନଥିଲେ । ନାମ୍ରା ତାଙ୍କୁ ୨ ଲକ୍ଷ ଟଙ୍କା ମାଗିବାରୁ ସେ ଦେଇଥିଲେ । ପରେ ନାମ୍ରାଙ୍କ ପାଇଁ ଆଡ କାମ ଆଣିବା ସମୟରେ ୫୦ ହଜାର ଟଙ୍କା ଦେଇ ବ୍ୟବସାୟୀ  । କିନ୍ତୁ ନାମ୍ରା ପଇସା ପାଇବା ପରେ ବ୍ୟବସାୟୀଙ୍କ କାମ କରିନଥିଲେ। ପରେ ନାମ୍ରା ବ୍ୟବସାୟୀଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଆଉ ନାମ୍ରାଙ୍କ ଭଉଣୀ ବାହାଘର ସରିଲେ ବାହାଘର ହେବ ଏବଂ ସବୁ ଟଙ୍କା ସେ ଫେରାଇଦେବେ ବୋଲି କହିଥିଲେ ନାମ୍ରା ।

ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢ଼ିଉଠିଥିଲା  । ସେଥିପାଇଁ ବ୍ୟବସାୟୀ ଜଣକ ତାଙ୍କ ଘରକୁ ଖାଇବାକୁ ଯାଆନ୍ତି। ଏହି ସମୟରେ ବ୍ୟବସାୟୀଙ୍କୁ ନାମ୍ରା ଏବଂ ତାଙ୍କ ସ୍ୱାମୀ ବିରାଟ ହୋଟେଲକୁ ନେଇ ଜବରଦସ୍ତ ମଦ ପିଆଇଥିଲେ । ସେଠାରେ ୩ ଜଣ ହୋଟେଲର ରୁମ୍‌ ବୁକ୍‌ କରି ରହିଥିଲେ। ସକାଳୁ ଉଠି ନାମ୍ରା ବ୍ୟବସାୟୀଙ୍କୁ କାର୍ଡ ମାଗିଥିଲେ ଆଉ ଯଦି ସେ କାର୍ଡ ନ ଦିଅନ୍ତି ତେବେ ଦୁଷ୍‌କର୍ମ ମାମଲାରେ ତାଙ୍କୁ ଫସାଇବେ ବୋଲି ଧମକ ଦେଇଥିଲେ । ପରେ ୨୪ ତାରିଖରେ ସେକ୍ଟର ୫୦ ଥାନାରେ ପୀଡ଼ିତ ବ୍ୟବସାୟୀ ଜଣଙ୍କ ଯୁବତୀଙ୍କ ନାମରେ ଅଭିଯୋଗ ଦାୟର କରିଥିଲେ ।

ୟୁଟ୍ୟୁବରେ ନାମ୍ରାଙ୍କର ୬ ଲକ୍ଷରୁ ଅଧିକ ଓ ଇନଷ୍ଟାଗ୍ରାମରେ ୨ ଲକ୍ଷରୁ ଅଧିକ ସଂଖ୍ୟକ ଫଲୋଅର୍ସ ରହିଛନ୍ତି । ତେବେ ଏବେ ପୋଲିସ ନାମ୍ରାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ବିରାଟ ଫେରାର ଅଛନ୍ତି ।

Related Articles

Back to top button