ଖଡ଼ଗପୁର ରେଳ ଷ୍ଟେସନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିଟିଇ ଗୁରୁତର

ଖଡ଼ଗପୁର : ଏକ ଛାତିଥରା ଦୃଶ୍ୟ ଆମ ସାମ୍ନାକୁ ଆସିଛି ଯାହାକୁ ଆପଣମାନେ ଦେଖିଲେ ଚକିତ ହୋଇଯିବେ । ତେବେ ଏଭଳି ଛାତିଥରା ଦୃଶ୍ୟ ଖଡ଼ଗପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଟିଟିଇ ଜଣକ ସହଯୋଗୀଙ୍କ ସହ ଠିଆ ହୋଇ କଥା ହେଉଥିଲେ । ହଠାତ ବିଦ୍ୟୁତ୍‌ ତାର ଛିଡ଼ି ପଡ଼ି ଟିଟିଇଙ୍କ ଉପରେ ପଡ଼ିଥିଲା ।

ବିଦ୍ୟୁତ ଆଘାତ ଯୋଗୁଁ ଟିଟିଇ ଜଣକ ଚେତାଶୂନ୍ୟ ଅବସ୍ଥାରେ ପ୍ଲାଟଫର୍ମ ଉପରୁ ତଳକୁ ଗଳି ପଡ଼ିଥିଲେ। ଟିଟିଇ ଜଣକ ହେଲେ ସୁଜନ ସିଂ ସର୍ଦ୍ଦାର ।  ଗୁରୁତର ଅବସ୍ଥାରେ ରେଳଲାଇନ ଉପରେ ପଡିରହିବା ପରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି  ।

Related Articles

Back to top button