ହିମାଚଳପ୍ରଦେଶରେ ଜିତିଲା କଂଗ୍ରେସ, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

ନୂଆଦିଲ୍ଳୀ:କଂଗ୍ରେସ ଦେଇଥିବା କଥା ଅନୁସାରେ ଗୋଟିଏ ପ୍ରଦେଶକୁ ସେ ତାର ଆୟତକୁ ନେଇଛି । ଆଜି ଗୁଜରାଟ ଆଉ ହିମାଚଳ ପ୍ରଦେଶର ଫଳାଫଳ ପ୍ରକାଶ ପାଇଛି । ଗୁଜରାଟରେ ପୁଣିଥରେ ପଦ୍ମଫୁଟିଥିବା ବେଳେ ହିମାଚଳପ୍ରଦେଶରେ କଂଗ୍ରେସ ଶାସନକୁ ଫେରିଛି ।

ସୂଚନାମୁତାବକ କଂଗ୍ରେସ କ୍ଷମତାକୁ ଆସିବା ପରେ ନିଜ ବିଧାନସଭା କ୍ଷେତ୍ରରୁ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିବା ସତ୍ତେ୍ୱ ନିଜର ଇସ୍ତଫା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଆମେ ଜନା ଦେଶକୁ ଗ୍ରହଣ କରୁଛୁ । ଲୋକ ଯାହା ଚାହୁଁଛନ୍ତି ଆମେ ତାହାକୁ ସମ୍ମାନ ଦେଉଛୁ ।

ଚଳିତଥର ମୋଟ ୬୮ ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ ପ୍ରଥମରୁ ବିଜେପିକୁ କଡ୍ଡା ଟକ୍କର ଦେଉଥିଲା । ଏହା ସହିତ ପୂର୍ବଥର ଆସନ ବିଜୟ ହୋଇଥିବା ବେଳେ ଚଳିତଥର ଜିତିବ ବୋଲି ଆଶା ବାନ୍ଧିଥିଲା । କିନ୍ତୁ ବିଜେପିର ଆଶା ଏଠାରେ ମଉଳି ଯାଇଛି ।

୨୦୦୭ ବିଧାନସଭା ନିର୍ବାଚନ ସମୟରେ ଠାକୁର ବିଜେପିର ରାଜ୍ୟ ମୁଖ୍ୟ ଥିଲେ। ହିମାଚଳ ପ୍ରଦେଶରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଥିବାବେଳେ ପ୍ରେମ କୁମାର ଧୁମଲଙ୍କୁ ସିଏମ୍ ଭାବରେ ଗଠନ କରିଥିଲେ। ସେହି ସମୟରେ ଠାକୁର ୨୦୧୦ ରୁ ୨୦୧୨ ପର୍ଯ୍ୟନ୍ତ ଧୁମଲ ସରକାରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ପଞ୍ଚାୟତ ରାଜ ଭାବରେ କାର୍ଯ୍ୟ କରିଥିଲେ।

Related Articles

Back to top button