ଦେଶରେ ଷ୍ଟାର୍ଟଅପ୍ ଦ୍ୱାରା ୮ ଲକ୍ଷରୁ ଅଧିକ ଚାକିରି ସୃଷ୍ଟି ହୋଇଛି – କେନ୍ଦ୍ର ଏମଏସଏମଇ ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଷ୍ଟାର୍ଟଅପ୍ ଦ୍ୱାରା ଆଠ ଲକ୍ଷ ୪୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ଚାକିରିଗୁଡିକ ୮୪ ହଜାର ସରକାରୀ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ ଅପ୍ ଦ୍ୱାରା ସୃଷ୍ଟି ହୋଇଛି। ଲୋକସଭାରେ ଲିଖିତ ଉତ୍ତରରେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନାରାୟଣ ରାଣେ ଏହା କହିଛନ୍ତି।

ସେ କହିଛନ୍ତି, ଏହି ଷ୍ଟାର୍ଟ-ଅପ୍ ଗୁଡିକ ୬୪୦ଟି ଜିଲ୍ଲାରେ ରହିଛି ଏବଂ ସେଗୁଡିକ ମଧ୍ୟରୁ ୪୫% ଟାୟାର୍ – ୨ ଏବଂ ଟାୟାର୍ – ୩ ସହରରେ ରହିଛି। ସେ କହିଛନ୍ତି ଯେ ୧୦୦ରୁ ଅଧିକ ଭାରତୀୟ ଷ୍ଟାର୍ଟ ଅପ୍ ୟୁନିକର୍ଣ୍ଣର ମାନ୍ୟତା ହାସଲ କରିଛି। ସରକାରଙ୍କ ଯୋଜନା ଷ୍ଟାର୍ଟଅପ୍ ପଦକ୍ଷେପ ଅଧୀନରେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ୍ ହେବାକୁ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ରାଣେ କହିଛନ୍ତି।

Related Articles

Back to top button