ମୁଖ୍ୟମନ୍ତ୍ରୀ ପଦକୁ ନେଇ ହିମାଚଳ ପ୍ରଦେଶରେ ଚାଲିଛି ଟଣାଓଟରା

ଶିମଲା: କଂଗ୍ରେସରେ ବଢିଲା ବିବାଦ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚାଲିଛି ଟଣାଓଟରା । ଜିତିବା ଖୁସି ଏବେ ପାଣି ଫାଟିଗଲା ପରି ଲାଗୁଛି । ବିଜୟ ଖୁସି ବନେଇବ ନା ଦଳୀୟ କଳି ଛିଣ୍ଡେଇବେ.. । ହିମାଚଳ ପ୍ରଦେଶରେ ଏମିତି ଧର୍ମସଙ୍କଟରେ ପଡିଛି କଂଗ୍ରେସ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହେବା ସହ ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଦୀର୍ଘ ବର୍ଷ ପରେ  କଂଗ୍ରେସ  ସେଲିବ୍ରେସନର ସୁଯୋଗ ପାଇଥିଲା । ହେଲେ ଚିନ୍ତା ବଢିଯାଇଛି । କିଏ ହେବ ମୁଖ୍ୟମନ୍ତ୍ରୀ  ତାକୁ ନେଇ ଆରମ୍ଭ ହୋଇ ଯାଇଛି ଛକାପଞ୍ଝା ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏକ ବୖଠକ ଡକାଯାଇଥିଲା । ବୈଠକରେ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆଲୋଚନା ହେବାର ସମ୍ଭାବନା ଥିଲା । ହେଲେ ବୖଠକର ଠିକ ପୂର୍ବରୁ ପ୍ରଦେଶ ଅଧ୍ୟକ୍ଷା ପ୍ରତିଭା ସିଂହଙ୍କ ସମର୍ଥକ ଏବଂ ସମର୍ଥକ   ଶିମଲାର ଓବେରୋଇ ସେସିଲ ନିକଟରେ ଏକାଠି ହୋଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇ କଂଗ୍ରେସର କେନ୍ଦ୍ର ନେତୃବୃନ୍ଦଙ୍କ ନିର୍ଦ୍ଦେଶରେ ହିମାଚଳ ଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ କନଭୟ ଅତିକ୍ରମ କରିଥିଲା। ପ୍ରତିଭା ସିଂଙ୍କ ସମର୍ଥକମାନେ ଏହି କନଭୟକୁ ରୋକିବା ସହ ନାରାବାଜି କରିଥିଲେ । ସେମାନେ ଦାବି କରିଥିଲେ, ଦଳର ହାଇକମାଣ୍ଡ ପ୍ରତିଭା ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ ।

Related Articles

Back to top button