ଆଜି ମଧ୍ୟରାତିରେ ଚେନ୍ନାଇ ନିକଟରେ ଉପକୂଳ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ମାଣ୍ଡୋସ୍’

ଭୁବନେଶ୍ୱର: ବାତ୍ୟା ପାଇଁ ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’। ଭୀଷଣ ବାତ୍ୟାର ରୂପ ନେବା ପରେ ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ମାଣ୍ଡୋସ । ଆଜି ମଧ୍ୟରାତ୍ର ସୁଦ୍ଧା ମାଣ୍ଡୋସ ଲ୍ୟାଣ୍ଡଫଲ୍‌ କରିପାରେ । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

ବାତ୍ୟା ‘ମାଣ୍ଡୋସ୍’ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୁଳ ଦେଇ ସ୍ଥଳପଥ ଅତିକ୍ରମ କରିପାରେ। ବାତ୍ୟା ପ୍ରଭାବରେ ଉତ୍ତର ତାମିଲନାଡ଼ୁର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହ ଘଣ୍ଟାପ୍ରତି ୮୫ କି.ମି. ବେଗରେ ପବନ ବହିପାରେ।  ବାତ୍ୟା ପ୍ରଭାବରେ ତାମିଲନାଡ଼ୁ, ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଅଞ୍ଚଳ ପ୍ରଭାବିତ ହୋଇ ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି  ।

ତେବେ ଓଡ଼ିଶା ଉପରେ ବାତ୍ୟାର ସିଧା ପ୍ରଭାବ ନଥିବା କୁହାଯାଇଛି । ତେବେ ଆସନ୍ତା ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।  ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଉତ୍ତର ତାମିଲନାଡୁର ବହୁ ଜିଲ୍ଲାରେ ସ୍କୁଲ୍‌, କଲେଜ ଛୁଟି ଘୋଷଣା କରାଯାଇଛି।

Related Articles

Back to top button