ନିଜର ଚାରି ଛୁଆ ବିଶିଷ୍ଟ ବଡ଼ ପରିବାର ଲାଗି କଂଗ୍ରେସକୁ ଦାୟୀ କଲେ ରବି କିଶାନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀ(ବିଜେପି) ସାଂସଦ ରବି କିଶାନ କଂଗ୍ରେସକୁ ଟାର୍ଗେଟ୍ କରି ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଭୋଜପୁରୀ ସୁପରଷ୍ଟାର ତଥା ଗୋରଖପୁର ସାଂସଦ ରବି କିଶାନ କହିଛନ୍ତି ଯେ, ସେ ନିଜେ ୪ଟି ଛୁଆ ବାପା ଅଟନ୍ତି, ଏଥିପାଇଁ ବଡ଼ ପରିବାରର କ୍ଷତି କ’ଣ ସେ ଜାଣନ୍ତି। ତେବେ ରବି କିଶାନ ତାଙ୍କର ବଡ଼ ପରିବାର ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ଏବଂ କହିଛନ୍ତି ଯଦି ପୁର୍ବରୁ ଆଇନ୍ ରହିଥାନ୍ତା ତେବେ ସେ ୪ଟି ଛୁଆର ବାପା ହୋଇ ନଥାନ୍ତେ।

ଏକ ଟିଭି ସାକ୍ଷାତକାରରେ ରବି କିଶାନ କହିଛନ୍ତି ଯେ, ତାଙ୍କ ସରକାର ସଂସଦରେ ଏକ ପରିବାର ନିୟନ୍ତ୍ରଣ ବିଲ୍ ଆଣିବାକୁ ଯାଉଛନ୍ତି । ଏହା ସହିତ ସେ କହିଥିଲେ, ‘ମୋର ଚାରୋଟି ପିଲା ଅଛନ୍ତି । ମୁଁ ଜାଣେ ଜଣେ ପିତାଭାବେ ଜାଣେ ସେମାନଙ୍କୁ ବଢାଇବା, ସେହି ସମୟରେ କେତେ ସଂଘର୍ଷମୟ ଥିଲା । ଆରମ୍ଭରେ, ଇଣ୍ଡଷ୍ଟ୍ରିର ଲୋକମାନେ ମୋତେ ୧୫ ବର୍ଷ ପାଇଁ ଟଙ୍କା ଦେଇନଥିଲେ । ମୁଁ ମୋ ପତ୍ନୀଙ୍କର କଷ୍ଟ ମଧ୍ୟ ଦେଖିଛି, ସେ ଲମ୍ବା ଓ ପତଳା ଥିଲେ, ଗୋଟିଏ ପରେ ଗୋଟିଏ ପ୍ରସବ କାରଣରୁ ତାଙ୍କର ଶରୀର ଖରାପ ହେଉଥିବାର ମୁଁ ଦେଖିଛି। ସେ ସମୟରେ ମୋର ମୁଣ୍ଡ କାମ କରୁନଥିଲା, ମୁଁ ସଂଘର୍ଷ କରୁଥିଲି, ଶୁଟିଂ କରୁଥିଲି, ଏହାରି ମଧ୍ୟରେ ତିନି ରୁ ଚାରୋଟି ପିଲା ହୋଇଯାଇଥିଲେ ।

ରବି କିଶାନ ଆହୁରି ମଧ୍ୟ କହିଛନ୍ତି, ‘ଯେତେବେଳେ ଜୀବନରେ ପରିପକ୍ୱତା ଆସିଲା, ଜୀବନରେ ସବୁକିଛି ସ୍ଥିର ହୋଇଗଲା, ଏହାପରେ ଯେତେବେଳେ ମୁଁ ମୋର ସ୍ତ୍ରୀଙ୍କୁ ଦେଖେ ଦୁଃଖ ଅନୁଭବ କରେ । ତେଣୁ ଯଦି କଂଗ୍ରେସ ସରକାର ଏହା ପୂର୍ବରୁ ଏହି ବିଲ୍ ଆଣିଥାନ୍ତେ, ହୁଏତ ମୁଁ ଅଟକି ଯାଇଥାନ୍ତି।’

Related Articles

Back to top button