ଗୁଜରାଟ ବିଧାନସଭା ନିର୍ବାଚନରେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନି ରିଭାବା ଜାଡେଜାଙ୍କ ବିପୁଳ ବିଜୟ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିପୁଳ ବିଜୟ ହାସଲ କରିଛି । ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନି ରିଭାବା ଜାଡେଜା ବାଜି ମାରିଛନ୍ତି। ରିଭାବା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର କର୍ସନଭାଇ କାରମାରଙ୍କୁ ୫୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ହରାଇ ଜାମନଗର ଭଳି ଗୁରୁତ୍ବପୂର୍ଣ୍ଣ ଆସନରୁ ବିଜୟୀ ହୋଇଛନ୍ତି। ରିଭାବା ଜିତିବା ପରେ ସ୍ବାମୀ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ରୋଡ ଶୋ କରିଥିଲେ। ବିଜେପି ଓ ତାଙ୍କୁ ସମର୍ଥନ କରିଥିବାରୁ ଜାମନଗର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜାଡେଜା ସଂପ୍ରଦାୟ  ରାଜପୁତ ହୋଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ଉଭୟ ରାଜପୁତ ଏବଂ ମୁସଲମାନ ଭୋଟରଙ୍କ ପ୍ରଭାବ ରହିଛି । ତେବେ ରିଭାବାଙ୍କ ବିଜୟରେ ମୁସଲମାନ ଭୋଟରଙ୍କ ପ୍ରମୁଖ ଭୁମିକା ରହିଥିବା ଚର୍ଚ୍ଚା ହେଉଛି । ୩୨ ବର୍ଷୀୟା ରିଭାବା ରାଜକୋଟସ୍ଥିତ ଅମିତ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିରେ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି। ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ।

Related Articles

Back to top button