ପ୍ରଥମ ଭାରତୀୟ କ୍ରିକେଟର ଭାବେ ରୋହିତ ଶର୍ମାଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦ ଛକା

ମୀରପୁର: ପ୍ରଥମ ଭାରତୀୟ କ୍ରିକେଟର ଭାବେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦ ଛକା ମାରିବାର କୃତିତ୍ବ ଅର୍ଜନ କରିଛନ୍ତି ଅଧିନାୟକ ରୋହିତ ଶର୍ମା। ପୁଣି ଏହି କୃତିତ୍ବ ହାସଲ କରିବାରେ ରୋହିତ ବିଶ୍ବର ମାତ୍ର ୨ୟ ବ୍ୟାଟ୍‌ସମ୍ୟାନ। ବୁଧବାର ଘରୋଇ ବାଂଲାଦେଶ ବିପକ୍ଷ ୨ୟ ଦିନିକିଆ ମ୍ୟାଚ୍‌ରେ ରୋହିତ ଏହି କୃତିତ୍ବ ହାସଲ କରିଛନ୍ତି। ଉକ୍ତ ମ୍ୟାଚ୍‌ରେ ରୋହିତ ଦ୍ରୁତ ୫୩ ରନ୍‌କରି ଅପରାଜିତ ଥିବା ବେଳେ ଭାରତ ୫ ରନ୍‌ରେ ହାରିଥିଲା। ଏହି ଇନିଂସରେ ରୋହିତ ୫ଟି ଛକା ମାରିଥିଲେ। ଏହି ୫ଟି ଛକାକୁ ମିଶାଇ ରୋହିତ ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୨ଟି ଛକା ମାରି ପାରିଛନ୍ତି।

Related Articles

Back to top button