ଆଗୁଆ ନିର୍ବାଚନ ହୋଇପାରେ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି । ଜନାଦେଶକୁ ଆମେ ସମ୍ମାନ ଜଣାଉଛୁ । ଯିଏ ଜିତେ ତା ମନ ସ୍ୱାଭାବିକ ଭାବେ ଖୁସିଥାଏ । ସେ ଟିକିଏ ବଢିଚଢି କହିଥାଏ ..ପଦ୍ମପୁର ଉପନିର୍ବାଚନ ହାରିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଗଣମାଧ୍ୟମକୁ ବାର୍ତ୍ତା ଦେଇ ସେ କହିଛନ୍ତି, ପଦ୍ମପୁରରେ ବିଜେଡି ୭୮ ହଜାର ଭୋଟ ପାଇଛି । ଏଥିରେ କ’ଣ ଜଣେ ବି ମହିଳାଙ୍କର ଭୋଟ ନାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଜାତନ୍ତ୍ରରେ ଜିତିବାର ଦମ୍ଭ ଦେଖାଇବା କଥାକୁ ନେଇ ପ୍ରଧାନ କଟାକ୍ଷ କରି କହିଛନ୍ତି, ଯାହାର ଯେମିତି ସଂସ୍କାର, ସିଏ ସେମିତି ପ୍ରତିକ୍ରିୟା ଦେବ। ଜିତିବା ଲୋକ ସ୍ୱାଭାବିକ ଭାବେ ବଢେଇ କହିବେ, ପରାଜିତ ପ୍ରାର୍ଥୀ ସ୍ୱୀକାର କରିବେ । ଆମେ ବି ସ୍ୱୀକାର କରୁଛୁ । ହେଲେ ଦେଶରେ ମହିଳା ସଶକ୍ତୀ କରଣରେ ସବୁଠାରୁ ବିଶ୍ୱସନୀୟ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ସ୍ୱୀକାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ  ବିଗତ ୩ ବର୍ଷରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିଛି। ଅନ୍ୟପକ୍ଷରେ ବିଜେପି ୭୫ ବର୍ଷ ମଧ୍ୟରେ ଗରିବଙ୍କୁ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । ଯାହା ହେଉ ମିଳିମିଶି କାମ କଲେ ଭଲ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

୨୦୨୪ ନିର୍ବାଚନରେ ପଦ୍ମପୁର ରେଜଲ୍ଟର ପ୍ରଭାବ ପକାଇବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,   ଏଠି କ’ଣ ଆଗୁଆ ନିର୍ବାଚନ ହେବ? ଯାହା ବି ହେଉ,   ଓଡ଼ିଶାର ବିକାଶ ପାଇଁ ଓଡ଼ିଆ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଧିକ ଭରସା କରୁଛନ୍ତି, ଆଗକୁ ମଧ୍ୟ କରିବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ

Related Articles

Back to top button