ଜିମେଲ ସର୍ଭିସ୍ ଡାଉନ୍: ବିଶ୍ୱରେ ଲକ୍ଷ ଲକ୍ଷ ୟୁଜର୍ସ ପ୍ରଭାବିତ
ନୂଆଦିଲ୍ଲୀ: ଜିମେଲ ସର୍ଭିସେସ୍ ଡାଉନ୍ । ଏହାଦ୍ୱାରା ବିଶ୍ୱରେ ଲକ୍ଷ ଲକ୍ଷ ୟୁଜର୍ସ ପ୍ରଭାବିତ ହୋଇଛନ୍ତି । ଶନିବାର ରାତି ୯ଟା ବେଳେ ଏକ ଘଣ୍ଟା ଧରି ଜିମେଲ ସେବା ଡାଉନ୍ ରହିଥିବା ଜଣାପଡ଼ିଛି । ଭାରତରେ ବି ଜିମେଲ ସେବା ଡାଉନ୍ ରହିଥିବା ଦେଖାଯାଇଛି । ଜିମେଲ ଡେଭିଭରି ହୋଇ ନପାରିବା ସହ ଜିମେଲ ଆପରେ କୌଣସି ରେସପନ୍ସ ମିଳୁନଥିବା ବହୁ ୟୁଜର୍ସ ଅଭିଯୋଗ କରିଛନ୍ତି ।
ବିଶ୍ୱସ୍ତରରେ ଜିମେଲର ୧.୫ ବିଲିୟନରୁ ଅଧିକ ୟୁଜର୍ସ ରହିଥିବା ବେଳେ ୨୦୨୨ର ଡାଉନଲୋଡିଂ ଆପ ମଧ୍ୟରେ ଟପରେ ରହିଛି ଜିମେଲ । ତେବେ ଜିମେଲ ଡାଉନ ହେବା ପରେ ଅନେକ ୟୁଜର୍ସ ସୋସିଆଲ ମିଡ଼ିଆରେ ସେମାନଙ୍କର ସ୍ୱରଉତ୍ତୋଳନ କରିଥିଲେ । ‘ଜିମେଲ ଇଜ୍ ଡାଉନ, ୟୁ ଆର ନଟ୍ ଗୋଇଂ ମ୍ୟାଡ’ ବୋଲି ଜଣେ ୟୁଜର ଲେଖିଥିଲେ ।
ସେହିପରି ‘ଜିମେଲ ଇଜ୍ ଡାଉନ୍, ଇଟ’ସ ଟ୍ ଜଷ୍ଟ ୟୁ…..’ ବୋଲି ଆଉ ଜଣେ ୟୁଜର ଲେଖିଥିଲେ । ଆଜି ଉଭୟ ଆପ ଓ ଡେସ୍କଟପରେ ଜିମେଲ ସେବା ଡାଉନ ଦେଖାଯାଇଥିଲା । ଏହି ବହୁଳ ବ୍ୟବହାରୀ ଆପର ସେବା ଡାଉନ୍ ହେବା କାରଣରୁ ଲକ୍ଷ ଲକ୍ଷ ୟୁଜର୍ସ ପ୍ରଭାବିତ ହୋଇଥିଲେ । ସନ୍ଧ୍ୟା ୭ଟା ସମୟରେ ସେବା ବ୍ୟାଘାତ ହୋଇଥିଲା । ଏନେଇ ୨୧୦ ଜଣ ୟୁଜର୍ସ ପାଖାପାଖି ୭.୩୯ ସମୟରେ ରିପୋର୍ଟିଂ କରିଥିଲେ । ଅନେକ ୟୁଜର୍ସ ଏହି ସମସ୍ୟା ବିଷୟରେ ଟ୍ୱିଟରରେ ମଧ୍ୟରେ ରିପୋର୍ଟିଂ କରିଥିବା ଦେଖାଯାଇଥିଲା ।