୩୦ ସୁଦ୍ଧା ସିସିଟିଭି କ୍ୟାମେରା ସ୍ଥିତି ନ ଜଣାଇଲେ ମିଳିବନି +୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ
ଭୁବେନଶ୍ବର: +୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ; ତାହା ସୁନିଶ୍ଚିତ କରିବାକୁ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି। ସେହିପରି ଯଦି ଏପର୍ଯ୍ୟନ୍ତ ସିସିଟିଭି ନଥିବ, ତାହେଲେ ଏହା ଲଗାଇବାକୁ କୁହାଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ସାମ୍ସ ଇ-ସ୍ପେସରେ ଉପଲବ୍ଧ ଥିବା ସିସିଟିଭି ଲିଙ୍କରେ ସମସ୍ତ ଶିକ୍ଷାନୁଷ୍ଠାନ ସିସିଟିଭି ଷ୍ଟାଟସ ଅପଡେଟ୍ କରିବାକୁ କୁହାଯାଇଛି। ଯେଉଁ କଲେଜ/ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିସିଟିଭି ସ୍ଥିତି ଜଣାଇବାରେ ବିଫଳ ହେବେ, ସମ୍ପୃକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ ପ୍ରଦାନ କରାଯିବନି। ସେହିପରି ପରୀକ୍ଷା ପରିଚାଳନା ହବ୍ ଭାେବ ଘୋଷିତ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।
ପର୍ଯ୍ୟାବରଣ ଅନୁକୂଳ ଏବଂ ପରିବହନ ସୁଲଭ ସାଧନ ଭାବରେ ଆଭ୍ୟନ୍ତରୀଣ ଜଳପଥକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ଜଳପଥରେ ଚାଲୁଥିବା ଜାହାଜ ଗୁଡିକ ଉପରେ ଆଇଡବ୍ଲ୍ୟୁଏଆଇ ଦ୍ବାରା ଲଗା ଯାଇଥିବା ଜଳପଥ ଉପଯୋଗ ଶୁଳ୍କକୁ ଜୁଲାଇ ୨୦୨୦ ପ୍ରାରମ୍ଭରେ ତିନିବର୍ଷ ଅବଧି ପାଇଁ ଛାଡ କରି ଦିଆଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଲୋକସଭାକୁ ଲିଖିତ ଉତ୍ତରରେ ସୂଚନା ଦେଇଥିବା ଜଣାପଡିଛି।