ମିସ କଲ ଦେଇ ୫୦ ଲକ୍ଷ ଲୁଟିନେଲେ ସାଇବର ଅପରାଧୀ

ନୂଆଦିଲ୍ଲୀ: ସାଇବର କ୍ରାଇମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସାଇବର କ୍ରାଇମକୁ  ରୋକିବା ପାଇଁ ପୋଲିସ ଯେତେ ଚେଷ୍ଟା କଲେ ବି ବିଫଳ ହେଉଛି । ଏବେ ସାଇବର କ୍ରାଇମକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ତଥ୍ୟ । ସାଇବର ଅପରାଧୀମାନେ ମିସ୍ କଲ କରି ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି ।

ନିକଟରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ମିସ କଲ୍ କରି ୫୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀ ସ୍ଥିତ ଏକ ସିକ୍ୟୁରିଟି ଏଜେନ୍ସି ମାଲିକ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ବ୍ୟକ୍ତିଜଣକ ନା କୌଣସି ଓଟପି ନମ୍ବର ଦେଇଛନ୍ତି ନା କାହାକୁ ନିଜ ଆାକାଉଣ୍ଟ ନମ୍ବର ବିଷୟରେ କହିଛନ୍ତି । ଘଟଣା ନଭେମ୍ବର ୧୩ ତାରିଖର ।

ଠକେଇର ଶୀକାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ତାଙ୍କ ଫୋନକୁ ଏକ ଅଜଣା ନମ୍ବରରୁ କଲ ଆସିଲା । ସେ ଫୋନ ରିସିଭ କଲେ । ହେଲେ ଅନ୍ୟପକ୍ଷରୁ କୌଣସି ଆବାଜ ଆସିଲା ନାହିଁ । ଏହା ପରେ ଭିନ୍ନ ଭିନ୍ନ ନମ୍ବରରୁ ଏକାଧିକ କଲ ତାଙ୍କ ଫୋନକୁ ଆସିଥିଲା । ଅନେକ ଫୋନ ସେ ଉଠାଇ ନ ଥିଲେ । ତେବେ ୨ରୁ ୩ଟି କଲ ଉଠାଥିଲେ । ଯେଉଁ କଲ ସେ ଉଠାଇଥିଲେ ସେଥୁରୁ କିଛି ଉତ୍ତର ଆସି ନ ଥିଲା । ଏପରି ପ୍ରାୟ ଏକ ଘଣ୍ଟା ଧରି ଚାଲିଲା । ଏହାପରେ ତାଙ୍କ ଫୋନରେ ମେସେଜ ଆସିଥିଲା ବ୍ୟାଙ୍କରୁ , ଯାହାକୁ ଦେଖିବା ପରେ ତାଙ୍କର ହୋଶ ଉଡ଼ିଗଲା  ।

ମେସେଜରେ  ଉଲ୍ଲେଖ ଥିଲା ତାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି । ଏ ନେଇ ପୀଡିତ ବ୍ୟକ୍ତି ସାଇବର ପୋଲିସରେ ଅଭିଯୋଗ କରିଥିଲେ । ଡିସିପି ସାଇବରଙ୍କ କହିବା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ପାଖକୁ ଓଟିପି ଆସିଥିଲା ହେଲେ ମୋବାଇଲ ବନ୍ଦ ହୋଇ ଯିବାରୁ ସେ ଜାଣି ପାରି ନ ଥିଲେ ।

Related Articles

Back to top button