୬ଟି କାରଣ ପାଇଁ ବିନା ନୋଟିସରେ ହଟିଯାଇପାରେ ବ୍ଲୁ ଟିକ
ନୂଆଦିଲ୍ଲୀ: ଟ୍ୱିଟର ଆକାଉଣ୍ଟରେ ଥିବା ବ୍ଲୁ ଟିକ (Blue Tick)କୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ବ୍ଲୁଟି ଯାହାକୁ ଆମେ ଭେରିଫାଏଡ ଆକାଉଣ୍ଟର ପ୍ରମାଣ ବୋଲି ଗ୍ରହଣ କରି ନେଇଥୁଲୁ ତାହା ସବୁଦିନ ପାଇଁ ରହିବ ନାହିଁ । ବିନା ନୋଟିସରେ କେତେବେଳେ କେଉଁ ମୁହୂର୍ତ୍ତରେ ଆପଣଙ୍କ ଆକାଉଣ୍ଟରୁ କଟିଯାଇପାରେ । ବ୍ଲୁଟି ପାଇଁ ଏମିତି କିଛି ସର୍ତ୍ତ ରଖିଛନ୍ତି ଏଲନ ମସ୍କ । ଏହି ସର୍ତ୍ତ ଅନୁଯାୟୀ, ସବୁଦିନ ପାଇଁ ରହିବନି ବ୍ଲୁ ଟିକ୍ ।
ଟୁଇଟର ହାତକୁ ନେବା ପରେ ଏଲନ ମସ୍କଙ୍କ କାମକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଟୁଇଟରକୁ ନେଇ ଗୋଟିଏ ଗୋଟିଏ ନୂଆ ପରୀକ୍ଷା ନିରୀକ୍ଷା ଆରମ୍ଭ କରି ଦେଇଛନ୍ତି । ଏବେ ଟୁଇଟରର ଭେରିଫାଏଡ ଆକାଉଣ୍ଟର ସିମ୍ବଲ ବ୍ଲୁ ଟିକକୁ ନେଇ ପୁଣି ଆରମ୍ଭ କରିଛନ୍ତି ପରୀକ୍ଷା । ଏବେ ୬ଟି କାରଣ ଉପରେ ନିର୍ଭର କରିବ ବ୍ଲୁଟି ସ୍ଥାୟିତ୍ୱ । ବ୍ଲୁ ଟିକ ସମସ୍ତଙ୍କୁ ମିଳି ନ ଥାଏ । ତେବେ ଯେଉଁମାନଙ୍କୁ ମିଳିଛି ତାହା ସବୁଦିନ ପାଇଁ ନୁହେଁ ବୋଲି ଏଲନ ମସ୍କ ସ୍ପଷ୍ଟ କରି ଦେଇଛନ୍ତି । ଟ୍ୱିଟର ଟର୍ମ, କଣ୍ଡିସନ ଅନୁଯାୟୀ ଏହା ଯେ କୌଣସି ମୁହୂର୍ତ୍ତରେ ଏବଂ ବିନା ନୋଟିସରେ କଟି ଯାଇପାରେ । ତେବେ କେଉଁ ୬ଟି କାରଣ ପାଇଁ ବ୍ଲୁ ଟିକ ହଟିଯିବାର ଆଶଙ୍କା ରହିଛି ଜାଣନ୍ତୁ ।
୧-ଭେରିଫାଏଡ ଆକାଉଣ୍ଟ ୟୁଜର୍ସ ସେମାନଙ୍କର ଆକାଉଣ୍ଟର ୟୁଜର୍ସ ନାଁ (@handle) ବଦଳାଇଲେ ବ୍ଲୁଟିକ ଆପେ ଆପେ କଟିଯିବ । ଆପଣ ନାଁ ବଦଳାଇ ପାରିବେ ମାତ୍ର ଆକାଉଣ୍ଟ ହାଣ୍ଡେଲର ନାଁ ପରିବର୍ତ୍ତନ କରିପାରିବେ ନାହିଁ ।
୨-ଆପଣ ନାଁ ପରିବର୍ତ୍ତନ କରିପାରିବେ । କିନ୍ତୁ ଯଦି ଏହା ଉଦ୍ଦେଶ୍ୟମୂଳକଭାବେ ଏବଂ ୟୁଜର୍ସଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ନାଁ ଏବଂ ଅନ୍ୟାନ୍ୟ ତଥ୍ୟ ପରିବର୍ତ୍ତନ କରୁଛନ୍ତି ବୋଲି ଧରାପଡନ୍ତି ତେବେ ଆପଣଙ୍କ ବ୍ଲୁ ଟିକ ଆପେ ଆପେ କଟିଯିବ ।
୩-ଯଦି ଭେରିଫାଏଡ ଆକାଉଣ୍ଟ ୬ ମାସ ଧରି ଆକ୍ଟିଭ ନ ହୁଏ କିମ୍ବା ସମ୍ପୂର୍ଣ୍ଣ ବିବରଣୀ ଦିଆ ଯାଇ ନ ଥାଏ ତେବେ ମଧ୍ୟ ବ୍ଲୁଟିକ ହଟିଯିବ ।
୪-ଯଦି କୌଣସି ଭେରିଫାଏଡ ଆକାଉଣ୍ଟ ଟୁଇଟର କମ୍ପାନୀର ନିୟମ ଓ ଚୁକ୍ତିକୁ ଭାଙ୍ଗିଥିବା ଜଣାପଡେ ତେବେ ବ୍ଲୁ ଟିକ ହଟିଯିବ ।
୫- ଭେରିଫାଏଡ ଆକାଉଣ୍ଟର ଓନର ପ୍ରଥମରୁ ଦେଇଥିବା ପଦବୀରେ ଦୀର୍ଘଦିନ ଧରି ନ ରୁହନ୍ତି ଏବଂ ଏହା ପରେ ଟୁଇଟର ନିୟମାବଳୀ ଅନୁସାରେ ଭେରିଫିକେସନ ନ କରନ୍ତି ତେବେ ମଧ୍ୟ ବ୍ଲୁଟି ଟିକ୍ କଟିଯିବ ବୋଲି କୁହାଯାଇଛି ।
୬-ଯଦି କୌଣସ ଆକାଉଣ୍ଟ ହୋଲଡର କମ୍ପାନୀ ସର୍ତ୍ତ ନ ମାନି ପେଜରେ ଘୃଣା ସୃଷ୍ଟି କଲା ପରି ମେସେଜ ଦିଅନ୍ତ, କାହାକୁ ଅପମାନିତ କଲାପରି ମେସେଜ ଦିଅନ୍ତି, ସାମୁହିକ ହିଂସା ସୃଷ୍ଟି କରିବା ପରି ବାର୍ତ୍ତା ଦିଅନ୍ତି, କିମ୍ବା ପ୍ଲାଟଫର୍ମର ଦୁରୁପୋଯୋଗ କରନ୍ତି ତେବେ ତାଙ୍କର ବ୍ଲୁ ଟିକ ଆପେ ଆପେ କଟିଯିବ ।