ଇଡିରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିଏମଡବ୍ଲ୍ୟୁ କିଣା ଲିଙ୍କ୍‌ରେ ଚର୍ଚ୍ଚିତଙ୍କୁ ଇଡି ଜେରା କରିଛି। ହାଜର ହେବା ପାଇଁ ପୂର୍ବରୁ ଚର୍ଚ୍ଚିତଙ୍କୁ ନୋଟିସ୍‌ କରିଥିଲା ଇଡି। ସେହି ଆଧାରରେ ସେ ଆଜି ହାଜର ହୋଇଛନ୍ତି। ଚର୍ଚ୍ଚିତଙ୍କ ଓକିଲ ମଧ୍ୟ ଇଡିରେ ଉପସ୍ଥିତ ରହିବା ସହ ମହକିଲଙ୍କ ସପକ୍ଷରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଛନ୍ତି।

ସୂଚନାଯୋଗ୍ୟ, ଟାଟାରେ ଚାକିରୀ ଦେବା ନାଁ ଠକେଇ ମାମଲାରେ ଫଶିଥିଲେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ। ଆକାଶଙ୍କ ଆର୍ଥିକ କାରବାର ସହ ପିତା ଅଭୟ ପାଠକଙ୍କ ଆର୍ଥିକ କାରବାରର ଖୋଳତାଡ଼ କରୁଛି ଇଡି। ଅଭୟ ପାଠକଙ୍କ ନାଁରେ କିଣା ଯାଇଥିବା ବିଏମଡବ୍ଲ୍ୟୁ ଚର୍ଚ୍ଚିତ ମିଶ୍ରଙ୍କ ବିଏମଡବ୍ଲ୍ୟୁ ପ୍ରେଷ୍ଟିଜ୍‌ ଶୋ’ରୁମ୍‌ରୁ କିଣାଯାଇଥିଲା। ଗାଡ଼ି ବାବଦକୁ ହୋଇଥିବା ଅର୍ଥ କାରବାର ନେଇ ଇଡି ଯାଞ୍ଚ କରୁଛି।

Related Articles

Back to top button