‘ଆଶୀକି-୩’ରେ କାର୍ତିକ ଆର୍ଯ୍ୟନ ହୀରୋ, ନୂଆ ହୀରୋଇନକୁ ଫିଲ୍ମରେ ସୁଯୋଗ ମିଳିବ

ମୁମ୍ବାଇ: ‘ଆଶୀକି’ ଏବଂ ‘ଆଶୀକି-୨’ର  ସଫଳତା ପରେ ମେକର୍ସ ଏବେ ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ‘ଆଶୀକି’ରେ ରାହୁଲ ରାୟ ଓ ଅନୁ ଅଗ୍ରୱାଲ ଏବଂ ‘ଆଶୀକି-୨’ରେ ଆଦିତ୍ୟ ରାୟ କାପୁର ଓ ଶ୍ରଦ୍ଧା କାପୁର ଏହି ଫିଲ୍ମ ମାଧ୍ୟମରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ‘ଆଶୀକି-୩’ରେ କାର୍ତିକ ଆର୍ଯ୍ୟନ ହୀରୋ ହେବା ନିଶ୍ଚିତ ହୋଇଥିବା ବେଳେ ହୀରୋଇନ ଚୂଡାନ୍ତ ହୋଇ ନାହିଁ । ରଶ୍ମିକା ମାନ୍ଧନାଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ନାମ ଏ ନେଇ ଉଠିଥିଲେ ମଧ୍ୟ ଆଜି ମେକର୍ସ ଏହା ଉପରୁ ପରଦା ଉଠାଇଛନ୍ତି । ପ୍ରଡ୍ୟୁସର ମୁକେଶ ଭଟ୍ଟ କହିଛନ୍ତି ସମ୍ପୂର୍ଣ୍ଣ ଭାବେ ନୂଆ ମୁହଁକୁ ଏହି ଫିଲ୍ମରେ ସୁଯୋଗ ମିଳିବ ।

ବର୍ତମାନ ଏହା ସ୍କ୍ରିପ୍ଟିଂ ଷ୍ଟେଜରେ ଅଛି । ଖୁବ ଶୀଘ୍ର ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ପ୍ରୀତମଙ୍କୁ ସଙ୍ଗୀତ ଏବଂ ଅନୁରାଗ ବାସୁଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ଦିଆଯାଇଛି । ଆଶୀକିର ସଙ୍ଗୀତ ଏବଂ ପ୍ରେମ କାହାଣୀ ପୁନର୍ବାର ଆପଣମାନଙ୍କୁ ନୂଆ ଦୁନିଆକୁ ନେଇଯିବ ବୋଲି ମୁକେଶ କହିଛନ୍ତି ।

Related Articles

Back to top button