ନୂଆବର୍ଷରୁ ୨ଟି ଦ୍ୱାରରେ ନିଜ ମୋବାଇଲ ରଖି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ସେବାୟତ ଓ କର୍ମଚାରୀ

ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିରକୁ ମୋବାଇଲ ମନା ହୋଇଛି । ସେବାୟତଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ କେହି ବି ମୋବାଇଲ ଧରି ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ ନାହିଁ । ଶ୍ରୀମନ୍ଦିରର ଦୁଇଟି ଦ୍ୱାରରେ ଏପରି ବ୍ୟବସ୍ଥା କରାଯିବ, ଯେଉଁଠାରେ ସେବାୟତ ଏବଂ କର୍ମଚାରୀମାନେ ନିଜ ନିଜ ମୋବାଇଲ ରଖି ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ସିଂହଦ୍ୱାର ଏବଂ ଦକ୍ଷିଣଦ୍ୱାରରେ ମୋବାଇଲ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଏହା ପରେ ଯଦି କେହି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଅନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଲଗାଯାଇଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି ।

Related Articles

Back to top button