ଭାରତକୁ ପ୍ରତ୍ୟାର୍ପଣ ବିରୁଦ୍ଧରେ ବ୍ରିଟେନ୍ ସୁପ୍ରିମକୋର୍ଟରେ ଅପିଲ କରିପାରିବେ ନାହିଁ ନୀରବ ମୋଦୀ

ନୂଆଦିଲ୍ଲୀ: ଅନେକ ବ୍ୟାଙ୍କରୁ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ନୀରବ ମୋଦୀଙ୍କ ସମସ୍ୟା ଆହୁରି ବଢିଯାଇଛି । ଏବେ ସେ ଭାରତକୁ ନିଜର ପ୍ରତ୍ୟାର୍ପଣ ବିରୁଦ୍ଧରେ ବ୍ରିଟେନ୍ ସୁପ୍ରିମକୋର୍ଟ ଯାଇପାରିବେ ନାହିଁ । ଗୁରୁବାର ଲଣ୍ଡନ ହାଇକୋର୍ଟ ନୀରବଙ୍କୁ ସୁପ୍ରିମକୋର୍ଟରେ ଅପିଲ କରିବା ପାଇଁ ଅନୁମତି ଦେବାକୁ ମନା କରି ଦେଇଛନ୍ତି । ନୀରବଙ୍କ ପ୍ରତ୍ୟାର୍ପଣ ଆଦେଶ ମଧ୍ୟ ଲଣ୍ଡନ ହାଇକୋର୍ଟ ଦେଇଥିଲେ । ଯାହାପରେ ସେ ସୁପ୍ରିମକୋର୍ଟ ଯିବାକୁ ଅନୁମତି ମାଗିଥିଲେ ।

ଏହାପୁର୍ବରୁ ଲଣ୍ଡନ ହାଇକୋର୍ଟରୁ ଦୁଇ ଜଣିଆ ଖଣ୍ଡପୀଠ ନୀରବ ମୋଦୀଙ୍କ ଅପିଲକୁ ଖାରଜ କରି ଦେଇଥିଲେ । ନୀରବ ଭାରତକୁ ତାଙ୍କର ପ୍ରତ୍ୟାର୍ପଣ ବିରୋଧରେ ଅପିଲ କରିଥିଲେ । ସେ ତାଙ୍କର ମସ୍ତିକ ଜନିତ ସମସ୍ୟା ପାଇଁ ଭାରତକୁ ନପଠାଇବାକୁ ଅନୁରୋଧ କରିଥିଲେ ।

କୋର୍ଟ ତାଙ୍କର ଶୁଣାଣିରେ କହିଥିଲେ ଯେ, ନୀରବ ମୋଦୀ ତାଙ୍କର ଅପିଲ୍‌ରେ ଯେଉଁ କଥା ବିଷୟରେ କହିଛନ୍ତି, ସେ ସବୁ ଅନାବଶ୍ୟକ ଅଟେ। ତାଙ୍କୁ ଭାରତ ପଠାଇବାରେ ତାଙ୍କର ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି କୋର୍ଟ ସ୍ୱୀକାର କରିଛନ୍ତି । ଏହା ସହିତ କୋର୍ଟ ମଧ୍ୟ ନିରବ ମୋଦୀଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ, ତାଙ୍କୁ ଭାରତ ପଠାଇବା ଅନ୍ୟାୟ ହେବ। କୋର୍ଟ କହିଛନ୍ତି ଯେ ଆଇନଗତ ପ୍ରକ୍ରିୟାର ଏକ ଅଂଶ ହେବା ପାଇଁ ତାଙ୍କୁ ଭାରତ ପଠାଯିବା ଉଚିତ।

Related Articles

Back to top button