୨୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ କରେସପଣ୍ଡେଣ୍ଟ ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଓ ବାଣିଜ୍ୟରେ କରେସପଣ୍ଡେଣ୍ଟ ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୧ ତାରିଖରୁ ଆରମ୍ଭ ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସାମ୍ସ ପୋର୍ଟାଲରେ ୨୧ ତାରିଖ ଦିନ ୧୧ଟାରେ ଏଥିପାଇଁ କମନ ଆପ୍ଲିକେଶନ ଫର୍ମ ଉପଲବ୍ଧ ହେବ । ଆଶାୟୀ ଛାତ୍ରଛାତ୍ରୀମାନେ ୩୧ ତାରିଖ ରାତି ୧୧ଟା ୫୦ ଯାଏଁ ଆବେଦନ କରିପାରିବେ । ଜାନୁଆରୀ ୫ ତାରିଖ ଅପରାହ୍ନ ୨ଟାରେ ମନୋନୀତ ଛାତ୍ରଛାତ୍ରୀଙ୍କର ତାଲିକା ପ୍ରକାଶ ପାଇବ ।

Related Articles

Back to top button