ମୟୂରଭଞ୍ଜ ଜିଲା କୁଳିଅଣା ଛକ ନିକଟରେ ଯାତ୍ରୀବାହୀ ବସ୍‌ ଓଲଟି ଜଣେ ମୃତ, ୩୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ

କୁଳିଅଣା: ମୟୂରଭଞ୍ଜ ଜିଲା ୧୮ନଂ ଜାତୀୟ ରାଜପଥ କୁଳିଅଣା ଛକ ନିକଟରେ ଶୁକ୍ରବାର ଏକ ଯାତ୍ରାବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବସ୍‌ରେ ଥିବା ୩୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ଏହା ସହିତ ୧୦ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ହେଲେ ରାଇରଙ୍ଗପୁର ଅଞ୍ଚଳର ନୀଳାମ୍ବର ମହାନ୍ତ(୫୦)। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, ଗୌରୀ ନାମକ ଏକ ଘରୋଇ ବସ୍‌ ଖିଚିଂରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୀର୍ଘ ଦିନ ଧରି ଫ୍ଲାଏ ଓଭର ବ୍ରିଜ୍‌ କାମ ଚାଲି ଥିବା ବେଳେ ଖରାପ ରାସ୍ତା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।

Related Articles

Back to top button