ଓଡ଼ିଶାରେ ଲାଗୁ ହେବ ଷ୍ଟୁଡେଣ୍ଟସ ସ୍ପୋର୍ଟ୍ସ ପଲିସି: ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗର ନୂଆ ଯୋଜନା
ଭୁବନେଶ୍ୱର: ସ୍କୁଲ ଓ କଲେଜ ସମୟରେ ହିଁ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପ୍ରତିଭାର ବିକାଶ ହୋଇଥାଏ । ଏହି ସମୟରେ ଛାତ୍ରଛାତ୍ରୀମାନେ ଜିଲ୍ଲା ତଥା ରାଜ୍ୟର ଅନେକ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ଦକ୍ଷତାର ପ୍ରତିପାଦନ କରିଥାନ୍ତି । ତେବେ ଛାତ୍ରଛାତ୍ରୀମାନେ କିପରି କ୍ରୀଡ଼ା କ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିବେ ସେନେଇ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।
ସୂଚନାଯୋଗ୍ୟ ଯେ, ଉଚ୍ଚ ଶିକ୍ଷା ବିଭାଗ ପାଇଁ ଷ୍ଟାଟ୍ ଅପ୍ ପଲିସି ଆସିବ ବୋଲି ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯୁକ୍ତିତିନି ଓ ପିଜି ସ୍ତରରେ ପିଲାଙ୍କୁ ପ୍ରି-ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ କିପରି ରୋଜଗାରକ୍ଷମ କରାଯିବ ସେନେଇ ଆଲୋଚନା ହୋଇଥିଲା ।