ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ, କଡ଼ା ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ଭାରତ । ପାକିସ୍ତାନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଭାରତ ଅସଭ୍ୟ ବୋଲି କହିଛି । ମିଳିତ ଜାତିସଂଘରେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ମୁହଁତୋଡ଼ ଜବାବ ଦେବା ପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଗୁଜରାଟର କସାଇ’ ବୋଲି କହିଥିଲେ । ଏବେ ଏହି ମନ୍ତବ୍ୟ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ଭାରତୀୟ ବିଦେଶ ମନ୍ତ୍ରଳାୟ ମୁଖପାତ୍ର ଅରିନ୍ଦମ ବାଗଚୀ ସାମ୍ବାଦୀକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଏହି ମନ୍ତବ୍ୟ ପାକିସ୍ତାନର ସ୍ତରକୁ ଦର୍ଶାଉଛି କି ସେମାନେ ଭାରତ ବିରୁଦ୍ଧରେ ବିଷ ଓଗାଳିବା ପାଇଁ କେଉଁ ସ୍ତରକୁ ଯାଇପାରନ୍ତି। ଏହା ସହିତ ସେ କହିଥିଲେ କି ୧୯୭୧ ବର୍ଷରେ ପାକିସ୍ତାନ ସରକାର ବେଙ୍ଗଲି ଏବଂ ହିନ୍ଦୁ ମାନଙ୍କ ନରସଂହାର କରିଥିଲେ। ଦୁର୍ଭାଗ୍ୟ ବଶତଃ ପାକିସ୍ତାନ ଆଜି ମଧ୍ୟ ଏହାର ଅଳ୍ପସଂଖ୍ୟକ ମାନଙ୍କ ପ୍ରତି ଏହାର ବ୍ୟବହାରରେ ସେଭଳି ଆଳିଦୃଶିଆ ପରିବର୍ତ୍ତନ କରି ନାହିଁ ଏବଂ ଭାରତ ଉପରେ ଅଭିଯୋଗ ଲଗାଉଛି।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ‘ପାକିସ୍ତାନ ଏପରି ଏକ ଦେଶ ଯିଏ ଓସାମା ବିନ୍ ଲାଡେନକୁ ଶହୀଦ ଭାବରେ ଉପସ୍ଥାପନ କରେ ଏବଂ ହାଫିଜ ସଇଦ, ମାସୁଦ ଅଜହର, ସାଜିଦ ମୀର ଏବଂ ଦାଉଦ ଇବ୍ରାହିମ ଭଳି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥାଏ। ତେବେ ସେ ସବୁ ଭୁଲି ତାଙ୍କ ଦେଶର ଭୁଲ୍ ଲୁଚାଇବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଅଧିକ ଆଗ୍ରହୀ ଥିଲେ। ଏହା ସହିତ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆରିଦାମ ବାଗଚି କହିଛନ୍ତି ଯେ, ପାକିସ୍ତାନର ବିଦେଶ ମନ୍ତ୍ରୀ ଦେଶର ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ନିଜର କ୍ରୋଧ ବ୍ୟବହାର କରିବା ଉଚିତ ଏବଂ ପାକିସ୍ତାନ ନିଜର ମନୋଭାବ ପରିବର୍ତ୍ତନ କରିବା ଆବଶ୍ୟକ।’

Related Articles

Back to top button