ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଶୁଭ୍ରକାନ୍ତ ପଣ୍ଡା । ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ଭାବେ ସେ ପ୍ରଥମ ଓଡ଼ିଆ । ପୂର୍ବରୁ ମୁମ୍ବାଇରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ନିଷ୍ପତ୍ତି ହେଇଥିଲା । ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏବେ ଫିକିର ସିନିୟର ଭିସି ପଦରେ ଥିଲେ । ସଭାପତି ଭାବରେ ସେ ଆଜି ସଞ୍ଜୀବ ମେହେଟ୍ଟାଙ୍କଠାରୁ ଶୁଭ୍ରକାନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୧୯୯୩ରେ ଶୁଭ୍ରକାନ୍ତ ଇମ୍ଫାରେ ଯୋଗ ଦେଇଥିବା ବେଳେ ସମ୍ପ୍ରତି ସେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଆନ୍ତର୍ଜାତିକ ଚାମ୍ବର ଅଫ୍ କମର୍ସର ଭାରତୀୟ ଚାପ୍ଟର ସଭାପତି (୨୦୧୭-୧୮) ଏବଂ ପ୍ୟାରିସ୍‌ସ୍ଥିତ ଇଣ୍ଟର୍‌ନ୍ୟାସ୍‌ନାଲ୍ କ୍ରୋମିଅମ୍ ଡେଭଲପ୍‌ମେଣ୍ଟ୍ ଆସୋସିଏସନ୍ (ଆଇସିଡିଏ)ର ସଭାପତି (୨୦୧୩-୧୫)ର ଦାୟିତ୍ୱ ନିର୍ବାହ କରିଛନ୍ତି। ଆମେରିକାସ୍ଥିତ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟର କେଷ୍ଟ୍ରମ୍ ସ୍କୁଲ୍ ଅଫ୍ ବିଜିନେସ୍‌ରୁ ଫାଇନାନ୍ସ ଓ ଅପରେସନ୍ ମ୍ୟାନେଜ୍‌ମେଣ୍ଟ୍‌ରେ ସେ ସମ୍ମାନଜନକ ଡିଗ୍ରୀ ହାସଲ କରିଛନ୍ତି।

Related Articles

Back to top button