କଟକ ରେଳ ଷ୍ଟେସନର ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଟ୍ୱିଟର ଆକାଉଣ୍ଟରେ କଟକ ରେଳ ଷ୍ଟେସନର ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କରିଛନ୍ତି। ପ୍ରସ୍ତାବିତ ଡିଜାଇନକୁ ନେଇ ଲୋକଙ୍କ ମତାମତ ଲୋଡ଼ିଛନ୍ତି ବୈଷ୍ଣବ। କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟକୁ ନେଇ ଏହି ଡିଜାଇନ୍ ଅନୁପ୍ରାଣିତ ହୋଇଛି। ଡିଜାଇନ୍ ଥିମ୍ ଉପରେ ରେଟିଂ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପବ୍ଲିକ ରେଟିଂ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଟ୍ୱିଟ୍ କରି ସେ କହିଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁରୋଧ କ୍ରମେ ଅନେକ ସଚେତନ ନାଗରିକ ମଧ୍ୟ ସେମାନଙ୍କ ମନ୍ତବ୍ୟ ଦେଇଛନ୍ତି। ଏହାକୁ କିଭଳି ଆହୁରି ଉନ୍ନତ କରିହେବ ସେ ନେଇ ଲୋକଙ୍କ ମତାମତ ଲୋଡିଛନ୍ତି। ପ୍ରସ୍ତାବିତ ଡିଜାଇନ ଜରିଆରେ କିଭଳି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଅଧିକ ସୁବିଧା ମିଳିପାରିବ ସେ ନେଇ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି।

Related Articles

Back to top button