ମେଘାଳୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

pm modi at meghalaya

ନୂଆଦିଲ୍ଲୀ: ମେଘାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ମେଘାଳୟର ରାଜଧାନୀ ସିଲଙ୍ଗ ଗସ୍ତ କରିଛନ୍ତି । ସିଲଙ୍ଗରେ ପହଞ୍ଚିବା ସହ ଉତ୍ତର-ପୂର୍ବ ପରିଷଦର ୫୦ ତମ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସାମିଲ ହୋଇଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ସିଲଙ୍ଗର ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଛି । ପରେ ପରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରିଥିଲେ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଉତ୍ତର-ପୂର୍ବ ପରିଷଦର ୫୦ ତମ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତର ପୂର୍ବାଞ୍ଚଳର ବିକାଶ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏବେ ବି ମଧ୍ୟ ବିକାଶ ଆଗେଇ ଚାଲିଛି । ଜାରି ରହିଥିବା ସମସ୍ତ ବିକାଶ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ମେଘାଳୟ-ତ୍ରିପୁରା ଗସ୍ତ ସମୟରେ ୬,୮୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହି ପ୍ରକଳ୍ପ ଗୁଡିକରେ ଲୋକଙ୍କ ପାଇଁ ଘର, ରାସ୍ତା, କୃଷି, ଟେଲିକମ୍, ସୂଚନା ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଏବଂ ଆତିଥ୍ୟ ସମେତ ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବ୍ୟତୀତ ଅଗରତାଲାରେ ପ୍ରଧାନମନ୍ତ୍ରୀ ମୋଦୀ ‘ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ସହରାଞ୍ଚଳ ଏବଂ ଗ୍ରାମୀଣ’ ଅଧୀନରେ ଦୁଇ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ଗୃହ ଯୋଗାଇ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ମେଘାଳୟର ସିଲଙ୍ଗ ବେଶ ଚଳଚଞ୍ଚଳ ରହିଛି ।

Related Articles

Back to top button