ନିଖୋଜ ଅମ୍ରିତ ଉଦ୍ଧାର ପରେ ଅପହରଣ ଘଟଣାରୁ ପରଦା ହଟିଲା

ନୟାଗଡ଼: ୧୨ ବର୍ଷର ନିଖୋଜ ଅମ୍ରିତ ପାତ୍ର ଉଦ୍ଧାର ପରେ ଅପହରଣ ଉପରୁ ପରଦା ହଟୁଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ରାତିରେ ଭ୍ୟାନରେ ଅମ୍ରିତକୁ ଅପହରଣ କରାଯାଇଥିଲା । ୩ ଜଣ ଅମ୍ରିତଙ୍କ ଆଖିରେ ପଟି ବାନ୍ଧି ଭ୍ୟାନରେ ଅମ୍ରିତକୁ ଅପହରଣ କରି ନେଇ ଯାଇଥିଲେ ବୋଲି ପୋଲିସ କହିଛି ।

ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ରକୁ ଅପହରଣ ପରେ ଏକ ଗୋଦାମ ଘରେ ରଖିଥିଲେ । ସେଠାରେ କିଛି ସମୟ ରଖିବା ପରେ ପଣ୍ଡିତସାହି ଘରେ ରଖିଥିଲେ ଅପହରଣକାରୀ । ଖାଇବାକୁ ପକୁଡ଼ି, ବିସ୍କୁଟ ଦେଉଥିଲେ । ଛୁରି ଦେଖାଇ ଧମକ ଦେଉଥିଲେ ବୋଲି ଜଣାପଡ଼ିଛି ।

ପୋଲିସ ସୂଚନା ଅନୁସାରେ, ଅପହରଣକାରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅମ୍ରିତଙ୍କ ପରିବାର ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା । ଘଟଣା ପ୍ରଘଟ ପରେ ଆଜି ସକାଳୁ ଅପହରଣକାରୀ ଫେରାର ହୋଇ ଯାଇଥିବା ବେଳେ ଅମ୍ରିତଙ୍କୁ ଉଦ୍ଧାର କରାଯାଇଛି ।

Related Articles

Back to top button