ଜେଲରୁ ବାହାରିବେ ଚାର୍ଲସ ଶୋଭରାଜ, ୧୫ ଦିନ ମଧ୍ୟରେ ନେପାଳ ଛାଡିବାକୁ କୋର୍ଟ ନିର୍ଦ୍ଦେଶ

କାଠମାଣ୍ଡୁ: ବିକନୀ କିଲର ଭାବେ କୁଖ୍ୟାତ ଫ୍ରାନ୍ସର ଚାର୍ଲସ ଶୋଭରାଜ ଜେଲରୁ ବାହାରିବେ । ବୁଧବାର ନେପାଳ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେବା ପରେ ୭୦ ଦଶକର କେତେକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଖି ସାମ୍ନାରେ ଲୋକଙ୍କର ନାଚି ଉଠିଛି । ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କ ହତ୍ୟା କରିବା ଅଭିଯୋଗରେ ଶୋଭରାଜ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏଥିଯୋଗୁ ୨୦୦୩ରୁ ସେ ନେପାଳ ଜେଲରେ କୈଦ ହୋଇ ରହିଥିଲେ । ଏବେ ତାଙ୍କୁ ମୁକ୍ତ କରିବା ପରେ ୧୫ ଦିନ ମଧ୍ୟରେ ନେପାଳ ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟର ବିଚାରପତି ସପନା ପ୍ରଧାନ ମଲ୍ଲ ଏବଂ ତିଲ ପ୍ରସାଦ ଶ୍ରେଷ୍ଠଙ୍କୁ ନେଇ ଗଠିତ ଏକ ବେଂଚ ଏହାର ଶୁଣାଣୀ କରିଥିଲେ । ଶେଷରେ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବରୁ ଶୋଭରାଜ ଆବଶ୍ୟକତାଠାରୁ ଅଧିକ ସମୟ ଜେଲଦଣ୍ଡ ଭୋଗିବା ନେଇ କୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣୀ କରି କୋର୍ଟ ଏହି ନିଷ୍ପତି ଦେଇଛନ୍ତି ।

Related Articles

Back to top button