ସୁନା ଛାଉଣି ପରେ କେଦାରନାଥ ମନ୍ଦିରରେ ସୁରକ୍ଷା ନିମନ୍ତେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ

ଡେରାଡୁନ : ସୁନା ଛାଉଣି ହୋଇଥିବା ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରର ସୁରକ୍ଷା ନିମନ୍ତେ ସରକାର ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ କରିଛନ୍ତି । ଆଇଟିବିପିର ୩୦ଜଣିଆ ଟିମ୍ ଏହି ମନ୍ଦିରକୁ ୨୪ଘଣ୍ଟିଆ ସୁରକ୍ଷା ଦେବେ। ଶୀତ ଋତୁ ପାଇଁ କେଦାରନାଥ ମନ୍ଦିର ବନ୍ଦ ରହିଛି। ଏହା ସହିତ ମନ୍ଦିର ଆଖପାଖ ଲୋକେ ଘରଦ୍ବାର ଛାଡି ଚାଲିଯାଇନ୍ତି। କାରଣ ଶୀତ ଋତୁରେ ମନ୍ଦିର ଆଖପାଖରେ ତାପମାତ୍ରା ବିଯୁକ୍ତ ୧୫ଡିଗ୍ରୀ ସେଲସିୟସକୁ ଖସିଆସେ। ଏଠାରେ ୫ରୁ ୬ଫୁଟ ଉଚ୍ଚର ବରଫ ପଡେ। ତେଣୁ ଏଠାକାର ସ୍ଥାନ ଜନଶୂନ୍ୟ ହୋଇପଡେ । ଏହି ମନ୍ଦିର ସମୁଦ୍ର ପତ୍ତନ ଠାରୁ ୧୧,୭୫୫ ଫୁଟ ଉଚ୍ଚରେ ଅବସ୍ଥିତ। ତେବେ ମନ୍ଦିରରେ ହୋଇଥିବା ସୁନା ଛାଉଣିକୁ ନେଇ ଏଠାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ପ୍ରାୟ ୪୦ କିଲୋ ସୁନାରେ ମନ୍ଦିର ଭିତର ପାର୍ଶ୍ବ କାନ୍ଥ ସୁନା ଛାଉଣି କରାଯାଇଛି।

Related Articles

Back to top button