ରାଜଧାନୀ ଭୁବନେଶ୍ୱରରେ ପାନ ଓ ଗୁଟଖା ବିକ୍ରି ଉପରେ କଟକଣା ଲଗାଇଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାନ ଓ ଗୁଟଖା ବିକ୍ରି ଉପରେ କଟକଣା । ଭୁବନେଶ୍ୱର ମହାନଗର ନିଗମ (ବିଏଏମସି) ଏହି କଟକଣା ଲଗାଇଛି । ଓମଫେଡ୍ ଓ ଓପୋଲଫେଡ୍ ପାର୍ଲର ପାଇଥିବା ଲିଜଧାରୀ  ଦୋକାନରେ ତମାଖୁ ସାମଗ୍ରୀ ବିକ୍ରି ନକରିପାରିବେ ନାହିଁ । ଏ ନେଇ ବିଏମସି ଚେତାବନୀ ଦେଇଛି। ଏହାବ୍ୟତୀତ ବୁଥ୍ ମାଲିକମାନଙ୍କୁ ମଧ୍ୟ ନିଜ ନିଜ ପରିସରକୁ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନହେଲେ ବୁଥ୍ ମାଲିକଙ୍କ ଠାରୁ ଆଦାୟ ହେବ ୫୦୦୦ ଟଙ୍କା ଜରିମାନା।

ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଓମଫେଡ୍ ଓ ଓପୋଲଫେଡ୍ ପାର୍ଲରଗୁଡ଼ିକ ନିୟମରୁ ଦୂରେଇ ଯାଉଥିବା ଆମେ ଲକ୍ଷ୍ୟ କରୁଛୁ। ସେମାନେ ତମାଖୁ ଉତ୍ପାଦ ବିକ୍ରି କରିବା ଉଚିତ ନୁହେଁ । ଏହାବ୍ୟତୀତ ସମସ୍ତ ବୁଥ୍ ମାଲିକଙ୍କୁ ଅତିକମରେ ୫ ମିଟର ପରିସୀମାକୁ ସଫା ରଖିବାକୁ କୁଲାଙ୍ଗେ ଅନୁରୋଧ କରିଛନ୍ତି। ଓଦା ଓ କଠିନ ବର୍ଜ୍ୟବସ୍ତୁକୁ ଅଲଗା ରଖିବା ପାଇଁ ଦୁଇଟି ଡଷ୍ଟବିନ୍ ବ୍ୟବହାର କରିବାକୁ କହିଛନ୍ତି।

ଯଦି କେହି ଏହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଠାରୁ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏପରିକି ଲାଇସେନ୍ସ ରଦ୍ଦ କରିବା ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ ପରିମଳ ବ୍ୟବସ୍ଥାରେ କୌଣସି ସାଲିସ କରିହେବ ନାହିଁ ବୋଲି କୁଲାଙ୍ଗେ ଚେତାବନୀ ଦେଇଛନ୍ତି।

Related Articles

Back to top button