୨୧ ବର୍ଷ ପରେ ଏକତ୍ର ଅଭିନୟ କରିବେ ଅନୀଲ କାପୁର ଓ ଜ୍ୟାକୀ ଶ୍ରଫ

ମୁମ୍ବାଇ: ୨୧ ବର୍ଷ ପରେ ବଲିଉଡର ଦୁଇ ମହାନ ଅଭିନେତା ଅନୀଲ କାପୁର ଓ ଜ୍ୟାକୀ ଶ୍ରଫ ପୁନର୍ବାର ଆଉ ଏକ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୁଭାଇ ଘାଇ ଏହି ଫିଲ୍ମରେ ଅନୀସ ୱାଜମୀ ନିର୍ଦ୍ଦେଶନା ଦେବେ । ଏହି କମେଡୀ ଫିଲ୍ମର ନାମ ଚୋର ଔର ପୋଲିସ ରହିଛି । ଅନୀସ ଏହି କାହାଣୀ ଦୁଇ ବରିଷ୍ଠ ଅଭିନେତାଙ୍କୁ ଶୁଣାଇବା ମାତ୍ରେ ସେମାନେ ତତକ୍ଷଣାତ ଏ ନେଇ ରାଜି ହୋଇ ଯାଇଥିଲେ । ଅନୀଲଙ୍କୁ ନେବା ପାଇଁ ଅନୀସ ସ୍ଥିର କରିସାରିଥିଲେ । ତେବେ ତାଙ୍କ ସହ କେବଳ ଜ୍ୟାକୀଙ୍କ ଯୋଡି ମାନିବ ବୋଲି ସୁଭାଷ କହିଥିଲେ । ଉଭୟ ଏକତ୍ର ୧୨ଟି ଫିଲ୍ମରେ ଅଭିନୟ କରିଛନ୍ତି ।

୨୦୦୧ରେ ଲଜ୍ଜା ଫିଲ୍ମରେ ସେମାନଙ୍କୁ ଶେଷଥର ଏକତ୍ର ଦେଖିବାକୁ ମିଳିଥିଲା । ଅନୀଲ ଏବେ ଫାଇଟର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ହ୍ରତିକ ରୋଶନ ଓ ଦୀପିକା ପାଦୁକୋନ ମଧ୍ୟ ଅଛନ୍ତି । ଅପରପକ୍ଷରେ ଜ୍ୟାକୀ ସଞ୍ଜୟ ଲୀଲା ଭଁସାଲୀଙ୍କ ହୀରାମଣ୍ଡି ଶୁଟିଂରେ ବ୍ୟସ୍ତ ଅଛନ୍ତି । ଖୁବ ଶୀଘ୍ର ଏହି ଫିଲ୍ମର ରିଲିଜ ଡେଟ ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯିବ ।

Related Articles

Back to top button