୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଅନ୍ତତଃ ପକ୍ଷେ ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ଥିବା ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୮୦ କୋଟିରୁ ଅଧିକ ଲୋକ ଉପକୃତ ହେବେ। କରୋନା ପାଇଁ ଜୀବିକା ଉପରେ ପ୍ରଭାବ ପକାଇବା ପରେ ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ ହୋଇଛି।

କେନ୍ଦ୍ର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ପ୍ରତି ଚାଉଳ କିଲୋଗ୍ରାମ ପିଛା ୩ ଟଙ୍କା, ଗହମ ୨ ଟଙ୍କା ଏବଂ ଅନ୍ୟାନ୍ୟ ଶସ୍ୟ କିଲୋଗ୍ରାମ ପିଛା ୧ଟଙ୍କାରେ ରେ ପ୍ରଦାନ କରୁଛନ୍ତି। ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ମୋଟ୍ ଉପରେ ୮୧.୩୫ କୋଟି ଲୋକଉପକୃତ ହେବେ ।

କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଗରିବ ଲୋକଙ୍କୁ ମାଗଣାରେ ରାସନ ଦେବା ପାଇଁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାର ଭାର କେନ୍ଦ୍ର ସରକାର ବହନ କରିବେ। ଏହି ଯୋଜନା ଏପ୍ରିଲ୍ ୨୦୨୦ରେ ଆରମ୍ଭ ହୋଇଥିଲା। ମାର୍ଚ୍ଚ ମାସରେ ଷଷ୍ଠ ଥର ପାଇଁ ଏହି ଯୋଜନାର ଅବଧି ବୃଦ୍ଧି କରାଯାଇଥିଲା। ଏହି ନିୟମ ଅନୁଯାୟୀ, ଗ୍ରାମାଞ୍ଚଳର ୭୫% ଏବଂ ସହରାଞ୍ଚଳର ୫୦% ଲୋକ ଲାଭବାନ ପାଇଛନ୍ତି।

Related Articles

Back to top button