ଝାରପଡା ଜେଲରେ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ଅର୍ଚ୍ଚନା ନାଗର ହସ୍ତାକ୍ଷର ସଂଗ୍ରହ କଲା କମିଶନରେଟ ପୋଲିସ । ଏଥିପାଇଁ ଝାରପଡା ଜେଲ ଯାଇଥିଲା କମିଶନରେଟ ପୋଲିସ । କମିଶନର ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାରପଡା ଜେଲକୁ ଯାଇ ହସ୍ତାକ୍ଷର ସଂଗ୍ରହ କରିଛି ।
ହସ୍ତାକ୍ଷର ସଂଗ୍ରହ ପରେ ଅର୍ଚ୍ଚନାଙ୍କ ଘରୁ ଜବତ ଡ଼ାଇରୀକୁ ନେଇ ହସ୍ତାକ୍ଷର ସହ ଯାଞ୍ଚ କରାଯିବ । ରାଜ୍ୟ ଫରେନସିକ ଲାବରେ ଏହି ଜାଞ୍ଚ ହେବ । ଅନ୍ୟପକ୍ଷେ ଗତକାଲି ନୟାପଲ୍ଲୀ ଥାନା ପୋଲିସ ଅର୍ଚନାଙ୍କ ବିରୁଦ୍ଧରେ ପ୍ରାଥମିକ ଚାର୍ଜସିଟ ଦାଖଲ କରିଛି ।
ଏହା ପୂର୍ବରୁ ଇଡି ହାତରେ ଲାଗିଥିଲା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୨ଟି ଡାଏରୀ । ଅର୍ଚ୍ଚନାଙ୍କ ଏହି ୨ଟି ଡାଏରୀକୁ ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ସଂଗ୍ରହ କରିଥିଲା ଇଡି । ଏହି ଡାଏରୀ ଅନେକ ଗୁମର ଖୋଲିବ ବୋଲି କୁହାଯାଉଛି । ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ ରହସ୍ୟ ଏହି ଡାଇରୀରେ ଲୁଚି ରହିଥିବା ଅନୁମାନ କରାଯାଉଛି । ଏଥିରେ ବହୁ ବଡ଼ବଡ଼ିଆଙ୍କ ନାଁ ଥାଇପାରେ ବୋଲି ବି ଚର୍ଚ୍ଚା ହେଉଥିଲା । ତେବେ ହସ୍ତାକ୍ଷର ମେଳ ଖାଇଲେ ଆହୁରି କେତେ ସତ, କେତେ ତଥ୍ୟ ପଦାକୁ ଆସିବ ବୋଲି ଆକଳନ କରାଯାଉଛି ।