ଦକ୍ଷିଣ କୋରିଆର ବାୟୁସୀମାରେ ଉତ୍ତର କୋରିଆ ଡ୍ରୋନକୁ ଘଉଡ଼ାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

ସିଓଲ : ଦକ୍ଷିଣ-କୋରିଆକୁ ବାରମ୍ବାର ଉସୁକାଇବାରେ ଲାଗିଛି ଉତ୍ତର-କୋରିଆ । ସୋମବାର ଦିନ ଉତ୍ତରକୋରିଆର କେତେକ ଡ୍ରୋନ ଦକ୍ଷିଣ କୋରିଆର ବାୟୁସୀମା ମଧ୍ୟରେ ଅନୁପ୍ରବେଶ କରିବା ପରେ ଦକ୍ଷିଣ କୋରିଆ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନ ଓ ହେଲିକପ୍ଟର ମାଧ୍ୟମରେ ସେଗୁଡ଼ିକୁ ଘଉଡ଼ାଇ ଦିଆଯାଇଛି । ତେବେ ଏହି ସମୟରେ ଦକ୍ଷିଣ କୋରିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା ।

ସ୍ଥାନୀୟ ସମୟ  ସକାଳ ସାଢେ ୧୦ଟା ସମୟରେ ଦକ୍ଷିଣ-କୋରିଆର ପଶ୍ଚିମରେ ଥିବା ସହର ଗିମ୍ପୋ ନିକଟରେ ଉତ୍ତର କୋରିଆର କେତେକ ଡ୍ରୋନ ଆସୁଥିବା ରାଡାର ସୂଚନା ଦେବା ପରେ ସତର୍କ ହୋଇଉଠିଥିଲା ସିଓଲର ବାୟସେନା । ଡ୍ରୋନଗୁଡ଼ିକ ଦୁଇ ଦେଶ ମଧ୍ୟରେ ଥିବା ମିଲିଟାରି ଡିମାର୍କେସନ ଲାଇନ୍ ଅତିକ୍ରମ କରିବା ପରେ ଦକ୍ଷିଣ କୋରିଆର ଲଢୁଆ ବିମାନ ଓ ହେଲିକପ୍ଟର ଉଡ଼ିବା ସହ ସେଗୁଡ଼ିକୁ ଘଉଡ଼ାଇଦେଇଥିଲେ । କେବଳ ଏତିକି ନୁହେଁ, ଡ୍ରୋନଗୁଡ଼ିକୁ ଚେତାବନୀ ଦେବାକୁ ଗୁଳି ଚାଳନା ବି କରାଯାଇଥିଲା ।

ଉତ୍ତର-କୋରିଆର ଡ୍ରୋନକୁ ଗୋଡ଼ାଇବା ବେଳେ ଦକ୍ଷିଣ କୋରିଆର ଏକ କେଏ-୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନଟିର ଦୁଇ ପାଇଲଟ ସୁରକ୍ଷିତ ବାହାରି ଆସିଥିଲେ । ଉଭୟ ପାଇଲଟ ସାମାନ୍ୟ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପକ୍ଷରେ ଉତ୍ତରକୋରିଆର ଡ୍ରୋନ ଅନୁପ୍ରବେଶ ପରେ ଦକ୍ଷିଣ କୋରିଆର ଇଞ୍ଚିଅନ ଓ ଗିମ୍ପୋ ସହରର ଏୟାରପୋର୍ଟରୁ ବେସାମରିକ ବିମାନ ଚଳାଚଳକୁ ବାତିଲ କରିଦିଆଯାଇଥିଲା

Related Articles

Back to top button