ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଉଡ଼ିବ ଆଉ ଏକ ବିମାନ

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ପୁଣି ଥରେ ଖୁସି ଖବର ଆସିଛି। ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଆଉ ଏକ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି। ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ ଏୟାର ଅନ୍ ଇଣ୍ଡିଆ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଟ୍ବିଟ୍ କରି ସୁଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଦୁତୀୟ ବିମାନ ଉଡ଼ାଣ ପାଇଁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଆସୁଥିଲେ।

ଜୟପୁର ବିମନବନ୍ଦରକୁ ଗତ ଅକ୍ଟୋବର ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଉଦଘାଟନର ଏକ ସପ୍ତାହ ପରେ ଭୁବନେଶ୍ବରରୁ ଜୟପୁର ଦେଇ ବିଶାଖାପାଟନ ବିମାନ ଚଳାଚଳ କରିଥିଲା। ଏହି ବିମାନ ଏବେ ରବିବାର ବ୍ୟତୀତ ପ୍ରତିଦିନ ଚାଲିଛି। ଭୁବନେଶ୍ବରରୁ ପୂର୍ବାହ୍‌ ୧୧ଟା ୩୫ରୁ ବାହରି ଜୟପୁରରେ ଦିନ ୧୨ଟା ୪୦ରେ ପହଂଚୁଛି। ଏହା ପରେ ୧୫ ମିନିଟ ରହଣି ପରେ ପୁଣି ବିମାନଟି ବିଶାଖାପାଟନମ ଅଭିମୁଖେ ବାହାରୁଛି। ସେଠାରୁ ପୁଣି ଜୟପୁର ବିମାନବନ୍ଦରକୁ ପେରୁଛି। ଅପରାହ୍‌ଣ ୩ଟା ୪୦ରେ ପୁଣି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରୁଛି।

Related Articles

Back to top button