ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି: ମହଙ୍ଗା ଭତ୍ତା ବଢ଼ାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ମୁତାବକ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇଛି । ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତାକୁ ମଞ୍ଜୁରୀ ଦେଇଛନ୍ତି ଖୋଦ୍ ନବୀନ ପଟ୍ଟନାୟକ । ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ମହଙ୍ଗା ଭତ୍ତା ଲାଗୁ ହେବ ।

ଏହା ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଦେଇଥିଲେ ପୂଜା ଭେଟି। ମହଙ୍ଗା ଭତ୍ତା ୩ପ୍ରତିଶତ ବୃଦ୍ଧି କରିଥିଲେ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହାକୁ ଚଳିତ ବର୍ଷ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ କରାଯାଇଥିଲା ।

ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀଙ୍କ ଟିଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଥିଲା । କର୍ମଚାରୀ ଓ ପେନ୍‌ସନଭୋଗୀ ମାନେ ସେପ୍ଟେମ୍ବର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇଛନ୍ତି । ଏଥିସହ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ଦିଆଯାଇଥିଲା । ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନଭୋଗୀ ଉପକୃତ ହୋଇଥିଲେ ।

Related Articles

Back to top button