କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଟି ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାଙ୍କୁ ଦେଇଛନ୍ତି ନୂଆ ବର୍ଷ ଗିଫ୍ଟ । କେନ୍ଦ୍ର ସରକାର ଛୋଟ ସଞ୍ଚୟ ଯୋଜନାର ସୁଧ ହାରରେ ବୃଦ୍ଧି କରିଛନ୍ତି । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସାଧାରଣ ଜନତା ଅଧିକ ଲାଭବାନ ହୋଇପାରିବେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଟି ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି କରାଯାଇଛି । ନ୍ୟାସନାଲ ସେଭିଂ ସାର୍ଟିଫିକେଟ (ଏନଏସସି), ପୋଷ୍ଟ ଅଫିସ ଫିକ୍ସଡ ଡିପୋଜିଟ ଓ ସିନିୟର ସିଟିଜେନ୍ସ ସେଭିଙ୍ଗସ ସ୍କିମର ସୁଧ ହାର ବଢ଼ାଇ ଦିଆଯାଇଛି । ଅନ୍ୟପକ୍ଷରେ ପିପିଏଫର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ଡିସେମ୍ବର ତିନି ମାସ ପରି ମାର୍ଚ୍ଚ ତିନି ମାସ ପର୍ଯ୍ୟନ୍ତ ୭.୧ ପ୍ରତିଶତ ସ୍ତରରେ କାଏମ୍ ରହିବ । ଜାନୁଆରୀ-ମାର୍ଚ୍ଚ ତିନିମାସ ପାଇଁ ଏହି ବୃଦ୍ଧି ଘୋଷଣା କରାଯାଇଥିବା ଜଣାପଡ଼ିଛି । ଆସନ୍ତା ଜାନୁଆରୀ ମାସ ୧ ତାରିଖରୁ ଏହି ବର୍ଦ୍ଧିତ ନିୟମ ଲାଗୁ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୋଟିଫିକେସନରେ କୁହାଯାଇଛି ।

୧୨୩ ମାସ ପାଇଁ କିଷାନ ବିକାଶ ପତ୍ରର ସୁଧ ହାର ୭ ପ୍ରତିଶତରୁ ୭.୨ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସାର୍ବଜନିକ ଭବିଷ୍ୟ ନିଧି (ପିପିଏଫ) ଓ ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ) ପରି ଛୋଟ ସଞ୍ଚୟ ଯୋଜନାରେ ସୁଧ ହାର ଜାନୁଆରୀ-ମାର୍ଚ୍ଚ ତିନି ମାସ ପାଇଁ ସଂଶୋଧନ କରାଯାଇ ନାହିଁ । ଏସଏସୱାଇର ସୁଧହାର ୭.୬ ପ୍ରତିଶତରେ ବଳବତ୍ତର ରଖାଯାଇଛି । ଏନଏସସିରେ ଜାନୁଆରୀ ୧ ଠାରୁ ୭ ପ୍ରତିଶତ ସୁଧହାର ମିଳିବ, ପୂର୍ବରୁ ଏହା ୬.୮ ପ୍ରତିଶତ ଥିଲା । ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାର ସୁଧ ହାର ୭.୬ରୁ ୮ ପ୍ରତିଶତ, ମାସିକ ଇନକମ ସ୍କିମର ସୁଧହାର ୬.୭ରୁ ୭.୧ ପ୍ରତିଶତ, ୧ରୁ ୫ ବର୍ଷ ଅବଧି ପାଇଁ ପୋଷ୍ଟ ଅଫିସ ଫିକ୍ସଡ ଡିପୋଜିଟ୍ ସ୍କିମର ସୁଧ ହାର ୧.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Related Articles

Back to top button