ଶ୍ମଶାନକୁ ଯାଇ ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ୍

ରାୟଗଡ଼ା: ରାୟଗଡ଼ା ଋଷିଆ ନାଗରିକଙ୍କ ମୃତ୍ୟୁ ନେଇ କ୍ରାଇମ ବ୍ରାଞ୍ଚ ତଦନ୍ତ ଦ୍ଵିତୀୟ ଦିନରେ ବ୍ୟାପକ ଖୋଳତାଡ କରିଛନ୍ତି। ଶନିବାର ଶିରିକଣା ସ୍ଥିତ ଶ୍ମଶାନକୁ ଯାଇ ପ୍ରମାଣ ସଂଗ୍ରହ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍ ଆଜି ରାୟଗଡା ଥାନା ଓ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି। ଏଥିରେ ସାଇଣ୍ଟିିଫିକ୍‌ ଓ ଫରେନସିକ୍‌ ଟିମ୍‌ ମଧ୍ୟ ରହିଛନ୍ତି।

କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରିଛନ୍ତି। କହିବା ପାଇଁ ଗଲେ ପାଉଁଶ ତଳରୁ ଏକପ୍ରକାର ଖିଅ ଖୋଜୁଥିବା ପରିଲକ୍ଷିତ ହୋଇଛି। ତେବେ ଶନିବାର ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳ ହୋଟେଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ହୋଟେଲରେ ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି। ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି।

Related Articles

Back to top button