ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଅନ୍ୟ ଗୋଷ୍ଠୀର ଯୁବକ

ବାଲେଶ୍ୱର: ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ହାଣିଛନ୍ତି । ଘଟଣାରେ ଯୁବକ ଜଣକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ରେମୁଣା ଗୋପୀନାଥ ମନ୍ଦିର ଛକ ନିକଟରେ ଘଟିଯାଇଛି । ଏଠାରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି । ତେବେ ସଂଘର୍ଷରେ ଗୁରୁତର ହୋଇଥିବା ଯୁବକ ଜଣକ ବର୍ତ୍ତମାନ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣଙ୍କୁ ଅଟକ ରଖିବା ସହ ମାରଣାସ୍ତ୍ର ଜବତ କରିଛି । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାସ୍ତାରେ ଏଭଳି କାଣ୍ଡ ଘଟିଥିବାରୁ ଲୋକେମାନେ ଘରୁ ବାହାରିବାକୁ ଡରୁଛନ୍ତି ।

Related Articles

Back to top button