ପୁରୁଣା ସ୍ମୃତିକୁ ସଂରକ୍ଷଣ ଉଦ୍ଦେଶ୍ୟରେ ୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ସ୍ୱତନ୍ତ୍ର ନମ୍ବର

ଭୁବନେଶ୍ୱର: ପୁରୁଣା ଗାଡ଼ି ପାଇଁ ମିଳିବ ସ୍ୱତନ୍ତ୍ର ନମ୍ବର । ୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ସ୍କ୍ରାପେଜରୁ ବାଦ୍ ଦିଆଯିବ । ପୁରୁଣା ସ୍ମୃତିକୁ ସଂରକ୍ଷଣ ଉଦ୍ଦେଶ୍ୟରେ ୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍ୱତନ୍ତ୍ର ନମ୍ବର ମିଳିବ । ୧୯୮୯ ସିଏମଭି ରୁଲ୍ ଅନୁସାରେ, ଏହି ସେବା ଲାଗୁରେ ଓଡ଼ିଶା ପ୍ରଥମ ରାଜ୍ୟ ।

ଭିଣ୍ଟେଡ ମୋଟର ଯାନ ଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ବ୍ଯବସ୍ଥା କରାଯାଇଛି । ବିଶେଷ ଭିଣ୍ଟେଜ୍ ପଞ୍ଜିକରଣ ମାର୍କ VA ସିରିଜ୍ ସହିତ ପୁରୁଣା ପଞ୍ଜିକୃତ ଯାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ।

ନିୟମ ଅନୁଯାୟୀ, ୨ ଚକିଆ ଯାନ ଓ ୪ ଚକିଆ ଯାନ (ବ୍ୟକ୍ତିଗତ ବ୍ୟବହାର) ପ୍ରଥମ ପଞ୍ଜିକରଣ ତାରିଖରୁ ୫୦ ବର୍ଷରୁ ଅଧିକ ପୁରୁଣା ଯାନ ଭିଣ୍ଟେଜ୍ ମୋଟର ଯାନ ଭାବେ ଗ୍ରହଣ ହେବ । ଫର୍ମ ୨୦ ଅନୁଯାୟୀ ପଞ୍ଜିକରଣ ଓ ପୁନଃ ପଞ୍ଜିକରଣ ପାଇଁ ଆବେଗନ ରରାଯିବ । ଆମଦାନୀ ହୋଇଥିବା ଯାନ କ୍ଷେତ୍ରରେ ବୀମା ପଲିସି, ଫି, ପ୍ରବେଶ ବିଲ୍ ଏବଂ ପୁରୁଣା ଆରସି ସହିତ ଆସିବ ।

ଫର୍ମ ୨୩ଏର ସର୍ତ୍ତ ଅନୁଯାୟୀ ଯାନର ଯାଞ୍ଚ ପରେ. ଯାନର ଫିଟନେସ୍ ଏବଂ ବୈଧ୍ୟ ପିୟୁସି ଥିଲେ ରାଜ୍ୟ ପଞ୍ଜିକରଣ ପ୍ରାଧିକରଣ ଦ୍ୱାରା ପଞ୍ଜିକରଣର ଏକ ପ୍ରମାଣପତ୍ର ପ୍ରଦାନ କରାଯିବ । ଯଦି ଗାଡ଼ି ଅନୁମୋଦିତ ହୁଏ, ଭିଣ୍ଟେଜ୍ ଯାନ ପାଇଁ ଯୋଗ୍ୟ ଯାନକୁ XX VA YY ଭାବରେ ଏକ ନୂତନ ପଞ୍ଜିକରଣ ଚିହ୍ନ ଦିଆଯିବ । VA ଭିଣ୍ଟେଜ୍ ପାଇଁ, XX ଷ୍ଟେଟ କୋଡ୍ ପାଇଁ, YY ଦୁଇଟି ଅକ୍ଷର ରହିବ । ସିରିଜ୍ ଏବଂ * ହେଉଛି ଏକ ସଂଖ୍ୟା ଯାହାକି ୦୦୦୧ରୁ ୯୯୯୯ ପର୍ଯ୍ୟନ୍ତ ରାଜ୍ୟ ପଞ୍ଜିକରଣ ପ୍ରାଧିକରଣ ଦ୍ୱାରା ଆବଣ୍ଟିତ ।

Related Articles

Back to top button